କନକ ବ୍ୟୁରୋ : ପର୍ଯ୍ୟାପ୍ତ କୋଭିଡ ଭ୍ୟାକସିନ ନଥିବାରୁ ରାଜ୍ୟରେ ବନ୍ଦ ହୋଇଗଲାଣି ୪୦୦ ଟିକାକରଣ କେନ୍ଦ୍ର | ରାଜ୍ୟରେ ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ବିସ୍ତୃତ ସୂଚନା ଦେଇଛନ୍ତି | ସେ କହିଛନ୍ତି, ଯେ ପ୍ରତ୍ୟେକ ଦିନ ରାଜ୍ୟରେ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ରହିଛି । କିନ୍ତୁ ଟିକାର ଅଭାବ ରହିଛି । ଟିକା ଅଭାବ ଯୋଗୁଁ ୪୦୦ ସେଣ୍ଟରରେ ଟିକାକରଣ ବନ୍ଦ ହୋଇଛି । ଏନେଇ କେନ୍ଦ୍ରକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି l
୨ ଦିନ ଭିତରେ କୋଭିସୀଲଡ଼ ଟିକା ନ ଆସିଲେ ଟିକାକରଣ ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି | ଟିକାର ଅଭାବ ଯୋଗୁଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରି ପାରୁନୁ । ୧ ଲକ୍ଷ ୮୫ ହଜାର ଟିକା କୋଲଡ଼ ଚେନ ପଏଣ୍ଟରେ ରହିଛି ଓ ୧ ହଜାର ୧୦୩ଟି କେନ୍ଦ୍ରରେ ଟିକାକରଣ ଚାଲିଛି | ତେବେ ପର୍ଯ୍ୟାପ୍ତ ଟିକା ନଥିବାରୁ ବର୍ତ୍ତମାନ ୪୦୦ ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି |
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/20-8.jpg)