ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ସୁସ୍ଥ ହେଲେ ୬୦୯ ଆକ୍ରାନ୍ତ, ୯,୮୬୪ରେ ପହଞ୍ଚିଲା ମୋଟ୍ ସୁସ୍ଥ ସଂଖ୍ୟା ।

ଆକ୍ରାନ୍ତଙ୍କୁ ଟପିଲା ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୦୯୮ ଆକ୍ରାନ୍ତ ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ଆଜି ସୁସ୍ଥ ହେଲେ ୬୦୯ କରୋନା ଆକ୍ରାନ୍ତ । ତେବେ ଗଞ୍ଜାମରୁ ସର୍ବାଧିକ ୨୬୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡରୁ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଖୋର୍ଦ୍ଧାରୁ ୩୭, କଟକ ୩୨, ବାଲେଶ୍ୱର ୨୫, କେନ୍ଦୁଝର ୨୩, ମୟୂରଭଞ୍ଜ ୧୮, ଭଦ୍ରକ ୧୨, ପୁରୀ ୧୨, ସମ୍ବଲପୁର ୧୨, ବରଗଡ ୭, ଜଗତସିଂହପୁର ୭, ଯାଜପୁର ୬, ଝାରସୁଗୁଡା ୪, କେନ୍ଦ୍ରାପଡା ୪, ବଲାଙ୍ଗୀର ୩, କୋରାପୁଟ ୨, ନବରଙ୍ଗପୁର ୨, ରାୟଗଡା ୨, ଗଜପତି ଓ ନୟାଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୯ ହଜାର ୮୬୪ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe