କନକ ବ୍ୟୁରୋ: କରୋନା ଆକ୍ରାନ୍ତ କିମ୍ବା କରୋନା ସନ୍ଦିଗ୍ଧଙ୍କୁ ସାନ୍ତ୍ୱନା ଦେଲେ ସୁବ୍ରତ ବାଗଚୀ । ବିଶ୍ୱର ଏଭଳି ପରିସ୍ଥିତି ଦେଖି ଭୟ କରନ୍ତୁ ନାହିଁ କି ଡରି ଯାଆନ୍ତୁ ନାହିଁ । ଦୁର୍ବାର ସମୟରେ ମଣିଷ ଡରିବା ସ୍ୱାଭାବିକ କଥା ମାତ୍ର ଡରି ନଯାଇ ଏହାର ମୁକାବିଲା କରିବା ଦରକାର । କାରଣ ଆପଣ ଯେତେ ଡରିବେ, ଡର ଆପଣଙ୍କୁ ସେତେ ଡରାଇବ ବୋଲି କହି ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କୁ ବୋଧ ଦେଇଛନ୍ତି ବାଗଚୀ ।

Advertisment

publive-image

ତେବେ ଓଡିଶାରେ ଆକ୍ରାନ୍ତ ଥିବା ୫ ଜଣଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତଙ୍କୁ ୪୯ ଥର ସରକାରଙ୍କ ପକ୍ଷରୁ ଫୋନ ଯାଇଛି । ଆଉ ତାଙ୍କୁ ବାରମ୍ବାର ଫୋନ କରି ତାଙ୍କ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ସରକାର ଚେଷ୍ଟ କରିଥିଲେ ବି ସେ ଫୋନ ଉଠାଇ ନଥିଲେ । ନିଜ ଭିତରର ଭୟ ପାଇଁ ସେ ୪୯ ଥର ପରେ ଫୋନରେ କଥା ହୋଇଥିଲେ । ତେଣୁ କୌଣସି ବ୍ୟକ୍ତି କିମ୍ବା ସନ୍ଦିଗ୍ଧ ଯଦି ତାଙ୍କ ଦେହରେ କରୋନାର ଲକ୍ଷଣ ଥିବା ଆଶଙ୍କା କରୁଥାନ୍ତି ତେବେ ଭୟ ନକରି ଆଗକୁ ଆସନ୍ତୁ, ଆଉ ସରକାରଙ୍କୁ ଜଣାନ୍ତୁ ।

ଦେହରେ ଲକ୍ଷଣ ଥିଲେ କିଏ କଣ ଭାବିବ, ପଡୋଶୀ କଣ ଭାବିବେ ? ଘୃଣା ଆଖିରେ ଦେଖିବେନି ତ ? ଏସବୁ କଥାକୁ ପଛରେ ପକାନ୍ତୁ, ପଡୋଶୀଙ୍କ ଭାବନାକୁ ଡରନ୍ତୁନି । ନିର୍ଭିକ ହୁଅନ୍ତୁ ଆଉ ନିଜର ସବୁ କଥା ସରକାରକୁ ଜଣାନ୍ତୁ । ଆପଣ ନିର୍ଭିକ ହେଲେ ଗୋଟେ ଜାତିକୁ ବଞ୍ଚାଇ ପାରିବେ । ଆମେ ଯେତେ ଡରିବା, ଭୟ ଆମକୁ ସେତେ ଡରାଇବ । ତେଣୁ କେହି ବି ନିଜ ବାବଦରେ ତଥ୍ୟ ନଲୁଚାଇ ବିନା ଡରରେ ଆଗକୁ ଆସନ୍ତୁ ବୋଲି ବାଗଚୀ ଆହ୍ୱାନ ଦେଇଛନ୍ତି ।