ଆମ୍ବୁଲାନ୍ସ ଏକ ବିଶ୍ୱାସ, ଏହାର ଅପବ୍ୟବହାର ନହେଉ… ଲକଡାଉନ ସମୟରେ ବିବେକହୀନ ଭଳି ଆମ୍ବୁଲାନ୍ସର ବ୍ୟବହାର କରନ୍ତୁନି, ଉଚିତ କାମରେ ଲଗାନ୍ତୁ- ସୁବ୍ରତ ବାଗଚୀ

315

କନକ ବ୍ୟୁରୋ: ଲକଡାଉନ ସମୟରେ ଆମ୍ବୁଲାନ୍ସର ହେଉଛି ଅସଦ ବ୍ୟବହାର । ଯେଉଁକାମ ପାଇଁ ଆମ୍ବୁଲାନ୍ସ ଉଦିଷ୍ଟ ତାଲାବନ୍ଦ ସମୟରେ ତାହାର ଅପବ୍ୟବହାର କରୁଛନ୍ତି କିଛି ଲୋକ । ତେଣୁ ଆମ୍ବୁଲାନ୍ସର ଅସଦ ବ୍ୟବହାର କରନ୍ତୁନି । ସଙ୍କଟ ସମୟରେ ସମସ୍ତେ ବିବେକର ସହ କାମ କରନ୍ତୁ । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବାକୁ ଆମ୍ବୁଲାନ୍ସର ଅସଦ ବ୍ୟବହାର କରନ୍ତୁ ନାହିଁ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।

ତେବେ ଆମ୍ବୁଲାନ୍ସ ଏକ ବିଶ୍ୱାସ । ଏହି ବିଶ୍ୱାସରେ ଗଡୁଛି ଆମ୍ବୁଲାନ୍ସ । କିଛି ଲୋକ ଓ ଆମ୍ବୁଲାନ୍ସ ଡ୍ରାଇଭର ଟଙ୍କା ଲୋଭରେ ନିଜ ବିବେବ ହରାଉଛନ୍ତି । ସେମିତି କିଛି ବିବେକହୀନ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏଭଳି ବ୍ୟବହାର ପାଇଁ ସବୁ ଆମ୍ବୁଲାନ୍ସକୁ ରାସ୍ତା ଉପରେ ଯାଞ୍ଚ କରାଯାଉଛି । ଯେଉଁଥି ପାଇଁ ଅନେକ ରୋଗୀ ହଇରାଣରେ ପଡୁଛନ୍ତି ।

ଆମ୍ବୁଲାନ୍ସକୁ ମୁଖ୍ୟମନ୍ତ୍ରୀ ବି ବାଟ ଛାଡି ଦିଅନ୍ତି । ମହାପ୍ରଭୁଙ୍କ ରଥଯାତ୍ରା ବେଳେ ବି ଆମ୍ବୁଲାନ୍ସକୁ ବାଟ ଛଡା ଯାଇଥିଲା । ତେଣୁ ସମସ୍ତେ ଆମ୍ବୁଲାନ୍ସର ଉଚିତ ବ୍ୟବହାର କରନ୍ତୁବୋଲି ସୁବ୍ରତ ବାଗଚୀ ଜନସାଧାରଣ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଆମ୍ବୁଲାନ୍ସରେ ଯାତ୍ରୀ ବୁହା ହେଉଥିବା ଅଭିଯୋଗ ଆସିଥିଲା । ଏହା ପରେ ରାଜ୍ୟ ସରକାର ଏଭଳି ଅପବ୍ୟବହାର କରୁଥିବା ଡ୍ରାଇଭରଙ୍କୁ ଚେତାବନୀ ଦେଇଥିଲେ । ଆଉ ଆଜି ସୁବ୍ରତ ବାଗଚୀ ଆମ୍ବୁଲାନ୍ସର ଅପବ୍ୟବହାର ନକରିବାକୁ କହିଛନ୍ତି ।