ମାସ୍କ ବିନା ଘରୁ ବାହାରିବା ମନା । ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଆସନ୍ତା ୯ ତାରିଖରୁ ସାରା ରାଜ୍ୟରେ କଡକଣା ଲାଗୁ

782

କନକ ବ୍ୟୁରୋ: ବିନା ମାସ୍କରେ ଘରୁ ବାହାରିବା ମନା । ଘରୁ ବାହାରକୁ ଗୋଡ କାଢୁଥିଲେ ଆପଣଙ୍କୁ ପିନ୍ଧିବାକୁ ପଡିବ ମାସ୍କ । କାରଣ ଆସନ୍ତା ୯ ତାରିଖରୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଆସନ୍ତା ୯ ତାରିଖ ସକାଳ ୭ଟାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ । ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ । ଜିଲ୍ଲାରେ ଜିଲ୍ଲାପାଳମାନେ ଏହି ନିୟମକୁ କେମିତି ସୂଚାର ରୂପରେ କାର୍ଯ୍ୟକାରୀ କରାଯାଇପାରିବ ସେ ଉପରେ ଗୁରୁତ୍ୱ ଦେବେ । ଯଦି ଆପଣଙ୍କ ପାଖରେ ମାସ୍କ ନାହିଁ ତେବେ ରୁମାଲ, ଗାମୁଛା, ଓଢଣିକୁ ବ୍ୟବହାର କରିପାରିବେ । ମାତ୍ର ଘରୁ ବାହାରିଲା ବେଳେ ନାକ ବା ମୁହଁରେ ଘୋଡଣି ଥିବା ଦରକାର । ତେବେ ଗତକାଲି ଗଞ୍ଜାମରେ ଏହି ନିୟମ ଲାଗୁ ହୋଇଥିଲା । ସହରାଞ୍ଚଳରେ ଘରୁ ବାହାରିଲେ ଯଦି ମାସ୍କ ବ୍ୟବହାର କରିନଥିବେ ତେବେ ୧୦୦୦ ଟଙ୍କା ଫାଇନ ଦେବେ । ସେହିପରି ଗ୍ରାମାଞ୍ଚଳରେ ବିନା ମାସ୍କରେ ଘରୁ ବାହାରିଲେ ୫୦୦ ଟଙ୍କା ଫାଇନ୍ ପଡିବ ବୋଲି ଗଞ୍ଜାମରେ କଡା କଟକଣା ଲାଗୁ ହୋଇଛି ।