‘କରୋନା’ର ସଫଳ ମୁକାବିଲା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । କାଲିଠୁ ଆସନ୍ତା ୨୯ ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ୭ଟି ସହର ଲକ ଡାଉନ । ଜାଣନ୍ତୁ କେଉଁ ଜିଲ୍ଲା ଓ ସହର ରହିବ ବନ୍ଦ...

Advertisment
‘କରୋନା’ର ସଫଳ ମୁକାବିଲା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । କାଲିଠୁ ଆସନ୍ତା ୨୯ ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ୭ଟି ସହର ଲକ ଡାଉନ । ଜାଣନ୍ତୁ କେଉଁ ଜିଲ୍ଲା ଓ ସହର ରହିବ ବନ୍ଦ...

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ କଡ଼ା ପଦକ୍ଷେପ । ‘ବିଶ୍ୱ ମହାମାରୀ’ କରୋନା ସଫଳ ମୁକାବିଲା ସରକାର ନେଇଛନ୍ତି ବଡ଼ ନିଷ୍ପତି । ଆସନ୍ତା କାଲି ଠାରୁ ରାଜ୍ୟର ୫ଟି ଜିଲ୍ଲା ଓ ୭ଟି ସହର ଲକ୍ ଡାଉନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମର୍ମରେ କାଲି ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏଁ ଘରେ ରହିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । ତେବେ ନଜର ପକାନ୍ତୁ ଆସନ୍ତା କାଲିଠାରୁ ପ୍ରଥମ ପର୍ଯ୍ୟାୟରେ ୨୯ ତାରିଖ ପର୍ଯ୍ୟନ୍ତ କେଉଁ ସହର ଓ କେଉଁ ଗାଁ ବନ୍ଦ ରହିବ ।

ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଏବଂ ଅନୁଗୁଳ ଭଳି ଜିଲ୍ଲା ଗୁଡ଼ିକ ବନ୍ଦ ରହିବା ସହ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍ ଏବଂ ଯାଜପୁର ଟାଉନର ସମସ୍ତ ସହର ଆସନ୍ତାକାଲି ସକାଳ ୭ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଲକ୍ ଡାଉନ୍ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅତି ଜରୁରୀ ନହେଲେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ବସ୍, ଟ୍ରେନ ଓ ବିମାନ ସେବା ସ୍ୱାଭାବିକ ଭାବେ ଚାଲିବ । ଏବଂ ସଉଦା, ମାଛ, ମାଂସ, ପରିବା, ପେଟ୍ରୋଲ ପମ୍ପ, ଔଷଧ ଦୋକାନ ଖୋଲା ରହିବ । ତେବେ କରୋନାକୁ କିଭଳି ସଫଳ ମୁକାବିଲା କରିହେବ ସେନେଇ ତେବେ କରୋନାକୁ କିଭଳି ସଫଳ ମୁକାବିଲା କରିହେବ ସେନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତେବେ ଏହି ବିଶ୍ୱ ମହାମାରୀକୁ ସଫଳତାର ସହ ମୁକାବିଲା କରିବାକୁ ଜନତାଙ୍କ ସହଯୋଗ ଲୋଡ଼ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe