କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଓଡିଶା । ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ-୧୯ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦୁଇ ଦିନ ତଳେ ଘୋଷଣା କରିଥିଲେ । ଆଉ ସଙ୍କଟ ସମୟରେ ମେଡିକାଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢାଇଥିଲେ ଦୁଇ ଘରୋଇ ହସ୍ପିଟାଲ କିମ୍ସ ଓ ସମ୍ । ଆଉ କରୋନା ମୁକାବିଲା ପାଇଁ ହସ୍ପିଟାଲ ନେଇ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ତେବେ ଇତି ମଧ୍ୟରେ କିମ୍ସ ହସ୍ପିଟାଲରେ କେମିତି ଚାଲିଛି କୋଭିଡ-୧୯ ହସ୍ପିଟାଲର ପ୍ରସ୍ତୁତି କାର୍ଯ୍ୟ ? ସେନେଇ ସ୍ଥିତି ସମୀକ୍ଷା ପାଇଁ କିମ୍ସରେ ପହଞ୍ଚିଥିଲେ ମୁଖ୍ୟ ଶାସନ ସଚିବଙ୍କ ସହ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ।
କିମ୍ସରେ ପାଖାପାଖି ୫୦୦ ବେଡ ହେବାକୁ ଥିବା ବେଳେ ୨୪ ଘଣ୍ଟା ଭିତରେ ପାଖାପାଖି ୭୫ ପ୍ରତିଶତ କାମ ସରିଛି । କରନା ଆକ୍ରାନ୍ତ ଯେଉଁମାନେ ଆସିବେ ସେମାନଙ୍କ ଚିକିତ୍ସା ପାଇଁ ବେଡ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଆଗାମୀ ୨୪ ଘଣ୍ଟାରେ ସମ୍ପୂର୍ଣ୍ଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଏବଂ ଡିଏମଇଟି ସିବିକେ ମହାନ୍ତି ।
500 bed well equipped exclusive Odisha Covid hospital is shaping up fast thanks to the efforts by MP Sri samant & Kims , OMC & the health department’s determined effort . Inspected the premises accompanied by 5-T Secy & the Pr Secy Health. In a weeks time it will be all ready ! pic.twitter.com/vxvE8p2Qvo
— ChiefSecyOdisha (@SecyChief) March 28, 2020
ଆଗାମୀ ୧୫ ଦିନ ଭିତରେ ରାଜ୍ୟରେ କରୋନା ମୁକାବିଲା ପାଇଁ ଏକ ହଜାର ବେଡର ହସ୍ପିଟାଲ ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ବିଶ୍ୱ ମହାମାରୀକୁ ରୋକିବାକୁ ଆଉ ଏହାର ମୁକାବିଲା କରିବାକୁ ଆଗୁଆ ପଦକ୍ଷେପ ନେଇଥିଲେ ସରକାର । ତେବେ ସାରା ଦେଶରେ ଓଡିଶା ହେଉଛି ପ୍ରଥମ ରାଜ୍ୟ ଯିଏ କି ଯୁଦ୍ଧକାଳୀନ ଭିତ୍ତିରେ ୧୫ ଦିନରେ କୋଭିଡ-୧୯ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛି ଆଉ ସାରା ଦେଶକୁ ବାଟ ଦେଖାଇଛି ।