ଓଡ଼ିଶାରେ ୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ୱିଟାଲରେ ହେଉଛି କରୋନା ଆକ୍ରାନ୍ତଙ୍କ ଚିକିତ୍ସା । ଇଟାଲୀ ପରି ବିପର୍ଯ୍ୟୟ ଏଡ଼ାଇବାକୁ ୩୪ଟି ହସ୍ପିଟାଲ କରିବାକୁ ଲକ୍ଷ୍ୟ । ସେପଟେ ଏସସିବି, ସିଟି ହସ୍ପିଟାଲ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଯାଇପାରିବେ ଅନ୍ୟ ରୋଗୀ

Advertisment
ଓଡ଼ିଶାରେ ୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ୱିଟାଲରେ ହେଉଛି କରୋନା ଆକ୍ରାନ୍ତଙ୍କ ଚିକିତ୍ସା । ଇଟାଲୀ ପରି ବିପର୍ଯ୍ୟୟ ଏଡ଼ାଇବାକୁ ୩୪ଟି ହସ୍ପିଟାଲ କରିବାକୁ ଲକ୍ଷ୍ୟ । ସେପଟେ ଏସସିବି,  ସିଟି ହସ୍ପିଟାଲ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଯାଇପାରିବେ ଅନ୍ୟ ରୋଗୀ

କନକ ବ୍ୟୁରୋ: ରାଜ୍ୟରେ ପ୍ରସ୍ତୁତ ୭ଟି କୋଭିଡ ହସ୍ପିଟାଲ । ଚିକିତ୍ସା ହେବେ କେବଳ କରୋନା ଆକ୍ରାନ୍ତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନେଇ ଏକ ବଡ ସୂଚନା ଦେଇଛନ୍ତି ରାଜ୍ୟ ସରକାର କୋଭିଡ-୧୯ ମୁଖପାତ୍ର ସୁବତ୍ର ବାଗଚୀ । ଇଟାଲି ଭଳି ବିପର୍ଯ୍ୟୟକୁ ଏଡାଇବା ପାଇଁ ମୂଳରୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ
- ୩୪ଟି କୋଭିଡ ହସ୍ପିଟାଲ ଓ ଆଇସୋଲେସନ ସେଂଟର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି
- ଏଠାରେ ମୋଟ୍ ୫ ହଜାର ୬୯୭ ଜଣ କରୋନା ରୋଗୀଙ୍କୁ ରଖି ଚିକିତ୍ସା କରାଯାଇ ପାରିବ
- ବର୍ତ୍ତମାନ ସୁଦ୍ଧା ୭ଟି କୋଭିଡ ହସ୍ପିଟାଲ ଓ ଆଇସୋଲେସନ ସେଂଟର କାର୍ଯ୍ୟକ୍ଷମ ହୋଇସାରିଛି

publive-image

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ୭ଟି କୋଭିଡ ହସ୍ପିଟାଲ ଓ ଆଇସୋଲେସନ କେନ୍ଦ୍ରରେ ମୋଟ୍ ୧ ହଜାର ୫୪୭ଟି ବେଡ ପ୍ରସ୍ତୁତ ହୋଇ ରହିଛି ।

କେଉଁ ହସ୍ପିଟାଲରେ କେତୋଟି କୋଭିଡ ବେଡ୍?
କଟକ ଅଶ୍ୱିନୀ ହସ୍ପିଟାଲ ୧୫୦ ବେଡ୍
ଯାଜପୁର ଟାଟା ହସ୍ପିଟାଲ, ଡୁବୁରି ୧୫୦ ବେଡ୍
କେନ୍ଦୁଝର ଟାଟା ହସ୍ପିଟାଲ, ଯୋଡା ୫୦ ବେଡ୍
ଖୋର୍ଦ୍ଧା କିମ୍ସ ମେଡିକାଲ କଲେଜ, ଭୁବନେଶ୍ୱର ୪୫୭ ବେଡ୍
ଖୋର୍ଦ୍ଧା ସମ୍ ହସ୍ପିଟାଲ, ଭୁବନେଶ୍ୱର ୫୦୦ ବେଡ୍
ପୁରୀ ଆଇଡିଏଚ, ପୁରୀ ୪୦ ବେଡ୍
ସୁନ୍ଦରଗଡ ହାଇଟେକ୍ ମେଡିକାଲ, ରାଉରକେଲା ୨୦୦ ବେଡ୍

କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରିବା ଉଦ୍ଦେଶ୍ୟ ବାବଦରେ ବୁଝାଇବାକୁ ଯାଇ ଇଟାଲି ବିପ ର୍ଯ୍ୟୟର କାରଣ ବୁଝାଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ- ୧୯ ମୁଖପାତ୍ର ।

ସରକାର ସ୍ପଷ୍ଟ କରିଛନ୍ତି କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା କେବଳ କୋଭିଡ-୧୯ ହସ୍ପିଟାଲରେ କରାଯିବ । ତେଣୁ କରୋନା ଲକ୍ଷଣ ଦେଖା ଦେଲେ କୋଭିଡ-ହସ୍ପିଟାଲ ଘୋଷଣା ହୋଇନଥିବା ମେଡିକାଲକୁ ଚିକିତ୍ସା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟ ରୋଗୀଙ୍କୁ ରାଜ୍ୟର ଅନ୍ୟ ମେଡିକାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।

କରୋନା ରୋଗ ଜଣକ ଠାରୁ ଅନ୍ୟଜଣଙ୍କୁ ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେଣୁ କରୋନା ସଂକ୍ରମିତଙ୍କ ଠାରୁ ଦୁରେଇ ରହିବା ସହ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯାଉଛି । ମହାମାରୀ କରୋନା ବିରୋଧୀ ଲଢେଇରେ ସମସ୍ତଙ୍କ ସହଯୋଗ ପାଇଁ ଅପିଲ କରିଛନ୍ତି ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe