କରୋନା ଆକ୍ରାନ୍ତଙ୍କୁ ଘୃଣା କରନି… ସଂକ୍ରମିତଙ୍କ ପରିବାରକୁ ନିନ୍ଦା ନୁହେଁ, ସହଯୋଗ କରନ୍ତୁ । ରୋଗୀ ନୁହେଁ ରୋଗର ମୁକାବିଲା କରନ୍ତୁ- ସୁବ୍ରତ ବାଗଚୀ

799

କନକ ବ୍ୟୁରୋ: ଆକ୍ରାନ୍ତଙ୍କ ପ୍ରତି କେମିତି କରିବେ ବ୍ୟବହାର ? ସଂକ୍ରମିତ ଏବଂ ତାଙ୍କ ପରିବାର ଲୋକଙ୍କ ପ୍ରତି କଣ ରହିବ ଆପଣଙ୍କ କର୍ତ୍ତବ୍ୟ ? କରୋନା ଭୂତାଣୁରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଉଚିତ ବ୍ୟବହାର ଦେଖାଇବାକୁ ଅନୁରୋଧ କରିଛନ୍ତି ସୁବ୍ରତ ବାଗଚୀ । ଏଭଳି ସମ୍ବେଦନଶୀଳ ସ୍ଥିତିରେ ସଂକ୍ରମିତ ବ୍ୟକ୍ତିଙ୍କୁ ନିନ୍ଦା କିମ୍ବା ଘୃଣା କରିବା ଆଦୌ ଶୋଭନୀୟ ବ୍ୟବହାର ନୁହେଁ ।

ଆକ୍ରାନ୍ତ କିମ୍ବା ତାଙ୍କ ପରିବାରକୁ ନିନ୍ଦା କରିବାନି କି ତାଙ୍କ ପ୍ରତି ଘୃଣାଭାବ ଆଣିବାନି । ତେବେ କୌଣସି ଲୋକ ଲାଞ୍ଝନା ଦେଇପାରିବନି କି ଅସାମାଜିକ ବ୍ୟବହାର ଆକ୍ରାନ୍ତଙ୍କ ପରିବାର ପ୍ରତି ଦେଖାଇ ପାରିବନି । ଯଦି କେହି ସେମାନଙ୍କୁ ତୀରସ୍କାର କରନ୍ତି ତେବେ ତାର ସିଧା ପ୍ରଭାବ ଆମ ଉପରେ ପଡିବ ବୋଲି ବାଗଚୀ କହିଛନ୍ତି ।

ଅନ୍ୟପଟେ ରୋଗୀକୁ ନୁହେଁ ବରଂ ରୋଗର ମୁକାବିଲା କରିବାକୁ ସୁବତ୍ର ଆହ୍ୱାନ ଦେଇଛନ୍ତି । ଆକ୍ରାନ୍ତଙ୍କ ପରିବାରକୁ ଘୃଣା କଲେ ସେମାନେ ଭାଙ୍ଗି ପଡିବେ । ତେଣୁ ସେମାନଙ୍କ ପରିବାର କିମ୍ବା ଆକ୍ରାନ୍ତଙ୍କୁ ଆଶ୍ୱାସନା ଦିଅନ୍ତୁ, ସେମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ସୁବ୍ରତ ଅନୁରୋଧ କରିଛନ୍ତି ।

ତେବେ କରୋନା ନେଇ ଗୁଜବକାରୀଙ୍କୁ ଚେତାବନୀ ଦେଇଛନ୍ତି ସୁବ୍ରତ । କରୋନା ବାବଦରେ କୌଣସି ଗୁଜବକୁ କ୍ଷମା ଦିଆଯିବନି । ଆକ୍ରାନ୍ତ କିମ୍ବା ସନ୍ଦିଗ୍ଧଙ୍କୁ ନେଇ ଯଦି କେହି କିଛି ଗୁଜଗ କରନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜି ୪ର୍ଥ କରୋନା ଆକ୍ରାନ୍ତଙ୍କୁ ନେଇ ଫଟୋ-ଭିଡିଓ ଭାଇରାଲ କରି ୩ ଜଣ ଗିରଫ ହୋଇଛନ୍ତି । ତେଣୁ କରୋନା ନେଇ ଯଦି କେହି ଅପପ୍ରଚାର କରୁଥାନ୍ତି ତେବେ ସେମାନେ ଏଭଳି ରାଷ୍ଟ୍ରଦ୍ରୋହୀ କାମରୁ ଦୂରେଇ ରୁହନ୍ତୁ ।