କରୋନା ନେଇ ଦେବ-ଦାନବର କାହାଣୀ କହିଲେ ସୁବ୍ରତ ବାଗଚୀ । ସବୁକିଛି ତ୍ୟାଗ କରି, ନିଜକୁ ସଙ୍କଟରେ ପକାଇ ଦେବତାର ସ୍ୱର ଶୁଣି ସେବା କରୁଥିବା ଦେବଦୂତଙ୍କୁ ସମ୍ମାନ ଦିଅନ୍ତୁ, ଶ୍ରଦ୍ଧା କରନ୍ତୁ...

Advertisment
କରୋନା ନେଇ ଦେବ-ଦାନବର କାହାଣୀ କହିଲେ ସୁବ୍ରତ ବାଗଚୀ । ସବୁକିଛି ତ୍ୟାଗ କରି, ନିଜକୁ ସଙ୍କଟରେ ପକାଇ ଦେବତାର ସ୍ୱର ଶୁଣି ସେବା କରୁଥିବା ଦେବଦୂତଙ୍କୁ ସମ୍ମାନ ଦିଅନ୍ତୁ, ଶ୍ରଦ୍ଧା କରନ୍ତୁ...

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଦେବ-ଦାନବର କାହାଣୀ କହିଲେ ସୁବ୍ରତ ବାଗଚୀ । ସଙ୍କଟ ସମୟରେ ମଣିଷର ପ୍ରକୃତି ଏବଂ ମଣିଷ ଭିତରୁ ଆସୁଥିବା ଦେବ-ଦାନବର ସ୍ୱର କଥା କହି ଡାକ୍ତର, ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ମାନ ଦେବା ସହ ସେମାନେ କରୁଥିବା କାମକୁ ଦେବତୁଲ୍ୟ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ତେବେ ଏଭଳି ସଙ୍କଟ ସମୟରେ ମଣିଷ ଦେବତାର ସ୍ୱର ଶୁଣିବା ଜରୁରୀ । କରୋନା ମୁକାବିଲା ପାଇଁ ମେଡିକାଲରେ ସ୍ୱାସ୍ଥ୍ୟକର୍ମୀମାନେ ନିଜକୁ ଯୋଦ୍ଧା ସଜାଇଛନ୍ତି । ନିଜର ସବୁ ସୁଖ, ନିଜ ପରିବାରକୁ ତ୍ୟାଗ କରି, ଜୀବନକୁ ବାଜି ଲଗାଇ ଡାକ୍ତର, ନର୍ସ, ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ସେବା କରୁଛନ୍ତି । ସେମାନେ ଦେବର ସ୍ୱର ଶୁଣୁଛନ୍ତି, ନିଜ ଭିତରେ ଦେବତାର ଡାକ ଶୁଣି ନିଷ୍ଠାର ସହ ଲୋକଙ୍କ ସେବା କରୁଛନ୍ତି ।

ଅନ୍ୟପଟେ ସଂକ୍ରମଣ ଭୟରେ ଦେବତାର କାମ କରୁଥିବା ଡାକ୍ତର ନର୍ସଙ୍କୁ ଘର ମାଲିକ ତଡି ଦେଉଛି । ଯେଉଁମାନ ଅନ୍ୟ ପାଇଁ କାମ କରୁଛନ୍ତି ସେମାନଙ୍କୁ ଭଡା ଘରୁ ତଡି ଦେଇଛନ୍ତି ବାହାର ରାଜ୍ୟର ଜଣେ ଘର ମାଲିକ । ଏହାହିଁ ହେଉଛି ଦାନବର ସ୍ୱର । ଘର ମାଲିକ ନିଜ ଭିତରେ ଦେବର ସ୍ୱର ନୁହେଁ ବରଂ ଦାନବର ସ୍ୱର ଶୁଣି ଡାକ୍ତରଙ୍କୁ କାଢି ଦେଇଛନ୍ତି ବୋଲି ସୁବ୍ରତ କହିଛନ୍ତି । ତେଣୁ ଜରୁରୀକାଳୀନ ସେବା କରୁଥିବା ଲୋକଙ୍କୁ ସମ୍ମାନ କରନ୍ତୁ ବୋଲି ବାଗଚୀ ବାର୍ତ୍ତା ଦେଇଛନ୍ତି ।

publive-image

ସେପଟେ ଆଜି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲାରେ ଲାଗିଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢାଇବାକୁ ଆଗୁଆ ଦରମା ପାଇଁ ଘୋଷଣା କରିଛନ୍ତି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଆଗୁଆ ୪ ମାସର ଦରମା । ଏପ୍ରିଲ, ମେ, ଜୁନ, ଜୁଲାଇ ମାସର ଦରମା ଏପ୍ରିଲ ମାସରେ ସେମାନଙ୍କୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କରୋନା ମହାମାରୀର ମୁକାବିଲା ପାଇଁ ପ୍ରଥମ ଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟକର୍ମୀ । କର୍ମ ପ୍ରତି ସେମାନଙ୍କ ନିଷ୍ଠା ଏବଂ ତ୍ୟାଗର ତୁଳନା ନାହିଁ । କଠିନ ପରିସ୍ଥିତିରେ ସେମାନେ ସେବା ଯୋଗାଇ ଚାଲିଛନ୍ତି ତେଣୁ ଏଭଳି ପରିସ୍ଥିତିରେ ସେମାନଙ୍କ ପରିବାର ସହ ମୁଁ ଏବଂ ଓଡିଶାବାସୀ ଅଛୁ ବୋଲି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଦେଇ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସେବାକୁ ସମ୍ମାନ ଦେବାକୁ ଓଡିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ମେଡିକାଲରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଶ୍ରଦ୍ଧା ଓ ସମ୍ମାନର ସହ ବ୍ୟବହାର କରିବାକୁ ନବୀନ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସେମାନଙ୍କ କାମରେ ଯେମିତି କୌଣସି ଅସୁବିଧା ନହୁଏ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ନିଜର ସବୁ ସୁଖ, ପରିବାରକୁ ତ୍ୟାଗ କରି ଆପଣଙ୍କ ସେବାରେ ଲାଗିଛନ୍ତି ତେଣୁ ଜଣେ ବି କେହି ସେମାନଙ୍କୁ ଯଦି ଖରାପ ବ୍ୟବହାର କରନ୍ତି ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ନିର୍ଦ୍ଦେଶ ଦେଇଥିବା ନବୀନ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe