କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨ ଶହ କୋଟିର ପ୍ୟାକେଜ ଘୋଷଣା କଲେ ନବୀନ । ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧୀକାରୀଙ୍କୁ ମିଳିବ ସହାୟତା । ୩ ମାସ ପର୍ଯ୍ୟନ୍ତ ଆଗୁଆ ରାସନ ଯୋଗାଇ ଦେବେ ରାଜ୍ୟ ସରକାର । ଏଥିସହ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ୯୪ ଲକ୍ଷ ପରିବାରକୁ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ତେବେ ୯୪ ଲକ୍ଷ ପରିବାରକୁ ୧୦୦୦ ଟଙ୍କା ଲେଖାଏଁ ସହାୟତା ପାଇଁ ୯୪୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଅନ୍ତଭୁର୍କ୍ତ ଥିବା ୪୮ ଲକ୍ଷ ହିତାଧିକାରୀଙ୍କୁ ୪ ମାସ ପାଇଁ ଆଗୁଆ ଭତ୍ତା ଦିଆଯିବ । ଏଥିପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ ।

ସେପଟେ ରାଜ୍ୟରେ ଥିବା ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ । ଏଥିପାଇଁ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୧ ଦିନିଆ ତାଲାବନ୍ଦ ସମୟରେ ଗରିବ ଏବଂ ନିର୍ମାଣ ଶ୍ରମିକ କାମ ପାଇଁ ବାହାରୁକୁ ଯିବା ଅସମ୍ଭବ ହେବ ଆଉ କାମ ନକଲେ ସେମାନଙ୍କ ପରିବାର ପ୍ରତିପୋଷଣ କଷ୍ଟକର ହେବାକୁ ଥିବାରୁ ସେମାନଙ୍କ ସୁବିଧା ପାଇଁ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ଯୋଗାଇବାକୁ ସରକାର ଘୋଷଣା କରିଛନ୍ତି ।

ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ଲଢେଇ କରୁଥିବା ବେଳେ ଆଜି ପୁଣି ରାଜ୍ୟବାସୀଙ୍କୁ ଏହାର କଡା ମୁକାବିଲା କରିବାକୁ ଘରେ ରହିବାକୁ ନିବେଦନ କରିଛନ୍ତି । ଘରେ ରୁହନ୍ତୁ, କରୋନାକୁ ହରାନ୍ତୁ ବୋଲି ନବୀନ ଓଡିଶାବାସୀଙ୍କୁ ପୁଣି ନିବେଦନ କକୁଛନ୍ତି ।