ଲଗାଣ ବର୍ଷା ଉଜାଡ଼ିଦେଲା ପରିବା ଚାଷ : ଚାଷୀ ମୁଣ୍ଡରେ ଚିନ୍ତା, କେମିତି ଚଳିବ ପରିବାର

Advertisment
ଲଗାଣ ବର୍ଷା ଉଜାଡ଼ିଦେଲା ପରିବା ଚାଷ : ଚାଷୀ ମୁଣ୍ଡରେ ଚିନ୍ତା, କେମିତି ଚଳିବ ପରିବାର

କନକ ବ୍ୟୁରୋ : ଲଗାଣ ବର୍ଷା ଉଜାଡ଼ିଦେଲା ପରିବା ଚାଷ । ଜୱାଦ ପ୍ରଭାବରେ ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ଧାନ ଫସଲ ସହ ପରିବା ଚାଷ ନଷ୍ଟ ହୋଇଛି । ଅସ୍ତରଙ୍ଗ ବେଗୁନିଆବସ୍ତ ଗାଁର ଅନେକ ଚାଷୀ ପରିବା ଚାଷ କରି ସେମାନଙ୍କ ଗୁଜୁରାଣ ମେଂଟାଇଥାଆନ୍ତି । ଫୁଲକୋବି, ବନ୍ଧାକୋବି ବାଇଗଣ, ଟମାଟୋ ଓ ଶାଗ ଫସଲ କରିଥିଲେ । ଆଉ ମାତ୍ର ୧୦ରୁ ୧୫ ଦିନ ଯାଇଥିଲେ ପରିବା ବଜାରରେ ବିକ୍ରି ହୋଇଥାଆନ୍ତା ହେଲେ ଲଗାଣ ବର୍ଷା ଯୋର୍ଗୁ ଫସଲ ମରିବାକୁ ବସିଲାଣି । କୋବି ଗଛ ଝାଉଁଳି ପଡ଼ିଥିବା ବେଳେ ବାଇଗଣ, ଶାଗ ଗଛ କ୍ଷେତରେ ପଚିସଢି ଗଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe