କନକ ବ୍ୟୁରୋ : ଲଗାଣ ବର୍ଷା ଉଜାଡ଼ିଦେଲା ପରିବା ଚାଷ । ଜୱାଦ ପ୍ରଭାବରେ ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ଧାନ ଫସଲ ସହ ପରିବା ଚାଷ ନଷ୍ଟ ହୋଇଛି । ଅସ୍ତରଙ୍ଗ ବେଗୁନିଆବସ୍ତ ଗାଁର ଅନେକ ଚାଷୀ ପରିବା ଚାଷ କରି ସେମାନଙ୍କ ଗୁଜୁରାଣ ମେଂଟାଇଥାଆନ୍ତି । ଫୁଲକୋବି, ବନ୍ଧାକୋବି ବାଇଗଣ, ଟମାଟୋ ଓ ଶାଗ ଫସଲ କରିଥିଲେ । ଆଉ ମାତ୍ର ୧୦ରୁ ୧୫ ଦିନ ଯାଇଥିଲେ ପରିବା ବଜାରରେ ବିକ୍ରି ହୋଇଥାଆନ୍ତା ହେଲେ ଲଗାଣ ବର୍ଷା ଯୋର୍ଗୁ ଫସଲ ମରିବାକୁ ବସିଲାଣି । କୋବି ଗଛ ଝାଉଁଳି ପଡ଼ିଥିବା ବେଳେ ବାଇଗଣ, ଶାଗ ଗଛ କ୍ଷେତରେ ପଚିସଢି ଗଲାଣି ।
ଲଗାଣ ବର୍ଷା ଉଜାଡ଼ିଦେଲା ପରିବା ଚାଷ : ଚାଷୀ ମୁଣ୍ଡରେ ଚିନ୍ତା, କେମିତି ଚଳିବ ପରିବାର
/kanak/media/post_attachments/wp-content/uploads/2021/12/26-8.jpg)