ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି ; ଚିନ୍ତାରେ ଚାଷୀ । କେବେ ସକ୍ରିୟ ହେବ ମୌସୁମୀ?

103

କନକ ବ୍ୟୁରୋ: ବର୍ଷା ଅଭାବରୁ ଚିନ୍ତାରେ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ଚାଷୀ । ପ୍ରବଳ ଖରା ଯୋଗୁଁ ଚାଷ ବିଲ ଫାଟି ଆଁ କଲାଣି ଜମି । ଖରିଫ ଚାଷ ମଧ୍ୟ ବିଳମ୍ବ ହେଉଛି । ଚାଷୀ ବିହନ କିଣି ଘରେ ରଖିଛି । ଧାନ ବୁଣିବା ପାଇଁ ଚାଷୀ ବର୍ଷାକୁ ଅନାଇ ବସିଛି । ବର୍ଷା ହେଲେ ଜମି ହଳ କରି ବିହନ ବୁଣି ତଳି ପକାଇବ । ହେଲେ ବର୍ଷାର ଦେଖାନାହିଁ । ଚଳିତ ମାସ ୮ ତାରିଖ ଠାରୁ ଓଡ଼ିଶା ଛୁଇଁଛି ମୌସୁମୀ । ହେଲେ ମୌସୁମୀ ଆଗକୁ ବଢ଼ୁନଥିବାରୁ ଚାଷ କାମ ଆରମ୍ଭ ହୋଇପାରୁନାହିଁ । ରାଥଯାତ୍ରା ବେଳକୁ ଚାଷୀ ବିହନ ବୁଣି ଧାନ ରୁଆ କାମ ଆରମ୍ଭ କରିଥାଏ । ମୌସୁମୀ ବର୍ଷା ନହେବାରୁ ଚାଷ ଜମିରେ ଗାଇ ଗୋରୁ ଛାଡ଼ିଲେଣି ଚାଷୀ ।