ନକଲି ଔଷଧ ମିଳିବା ଘଟଣା ତଦନ୍ତ ଜାରି ରଖିଛି ଏସଟିଏଫ : ଓଡ଼ିଶାରେ ଗୋଟିଏ ଟିମ ତଦନ୍ତ କରୁଥିବା ବେଳେ କୋଲକତା,ମହାରାଷ୍ଟକୁ ଯାଇଛି ଦୁଇଟି ଟିମ୍ 

79

କନକ ବ୍ୟୁରୋ : ରାଜ୍ୟରେ ନକଲି ମେଡିସିନ କାରବାରର ଗୁମର ଖୋଲିବାକୁ ତଦନ୍ତ ଜାରି ରଖିଛି ଏସଟିଏଫ । ତିନୋଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଛି ଏସଟିଏଫ୍ । ମହାରାଷ୍ଟ୍ର, କୋଲକାତାକୁ ଦୁଇଟି ଟିମ୍ ଯାଇ ତଦନ୍ତ କରୁଥିବାବେଳେ ଓଡିଶାରେ ଗୋଟିଏ ଟିମ୍ ତଦନ୍ତ ଜାରି ରଖିଛି । ନକଲି ଔଷଧ କାରବାରର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଂଚଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାପରେ କ୍ରାଇମବ୍ରାଂଚ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରହିଛି ।

କିଛି ଦିନ ତଳେ କଟକ କନିକାଛକର ଏକ ଔଷଧ ହୋଲସେଲ ଗୋଦାମରୁ ନକଲି ଫାଭି-ପିରାଭିର ଜବତ ହୋଇଥିଲା । ଏହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଫାଭି-ଫିରାଭିର ଛଡା ଭିଟାମିନ-ସି ଓ ଆଜିଥ୍ରୋମାଇସିନ ଭଳି  ୯ ପ୍ରକାରର ଔଷଧ ଜବତ ହୋଇଥିଲା । ଏହା ସାମନାକୁ ଆସିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଢ଼ାଇ ହୋଇଥିଲା । ତେବେ ଏହି ନକଲି ଔଷଧ କାରବାର ମାମଲାରେ କାହାକୁ ଗିରଫ କରାଯାଇନାହିଁ ।