ରାଜ୍ୟରେ ପୁଣି ସାମ୍ନାକୁ ଆସିଲା ବଡ ଧରଣର ଜିଏସଟି ଠକେଇ : ଜାଲ ବିଲ ପ୍ରସ୍ତୁତ କରି ହୋଇଛି ୩୨୩ କୋଟି ଟଙ୍କାର ଠକେଇ, ୨ ଗିରଫ 

80

କନକ ବ୍ୟୁରୋ : ରାଜ୍ୟରେ ପୁଣି ଗୋଟିଏ ବଡ ଧରଣର ଜିଏସଟି ଠକେଇ ସାମନାକୁ ଆସିଛି । ଏହାର ପର୍ଦାଫାସ କରିଛି ରାଜ୍ୟ ଜିଏସଟି ବିଭାଗ । ୧୮୧୯ କୋଟି ଟଙ୍କାର ଜାଲ ବିଲ ପ୍ରସ୍ତୁତ କରି ୩୨୩ କୋଟି ଟଙ୍କାର ଆଇଟିସି ଠକେଇ ହୋଇଥିବା ସୂଚନା ଦେଇଛନ୍ତି ଜିଏସଟି କମିଶନର । ୧୩ଟି ନକଲି  ଫାର୍ମ କରି ଠକେଇ ହୋଇଥିବା କଥା ସୂଚନା ଦିଆଯାଇଛି  ।

ଏହି ଠକେଇ ଅଭିଯୋଗରେ  ଦୁଇ ଜଣଙ୍କୁ ଗିିରଫ କରିଛି ଜିଏସଟି ଏନଫୋର୍ସମେଂଟ ଟିମ । ସେମାନେ ହେଲେ ଅମିତ ଅଗ୍ରଓାଲ ଓ ସତେନ୍ଦ୍ର ଯାଦବ । ଅମିତ ଜଣେ ଚାଟାର୍ଡ ଏକାଉଂଟାଂଟ ହୋଇଥିବାବେଳେ ଓ ସତେନ୍ଦ୍ର ଭୁବନେଶ୍ୱରର ବାସିନ୍ଦା  । ଖାଲି ପଡିଆକୁ ଫାର୍ମ ବୋଲି ଦର୍ଶାଇଥିଲେ ଏହି ଜିଏସଟି ଠକ ।  ଏ ପର୍ଯ୍ୟନ୍ତ ମୋଟ ୨୩ ଜଣଙ୍କୁ ଗିରଫ କରିଛି ଜଏସଟି ବିଭାଗ ।