କନକ ବ୍ୟୁରୋ : ରାଜ୍ୟରେ ପୁଣି ଗୋଟିଏ ବଡ ଧରଣର ଜିଏସଟି ଠକେଇ ସାମନାକୁ ଆସିଛି । ଏହାର ପର୍ଦାଫାସ କରିଛି ରାଜ୍ୟ ଜିଏସଟି ବିଭାଗ । ୧୮୧୯ କୋଟି ଟଙ୍କାର ଜାଲ ବିଲ ପ୍ରସ୍ତୁତ କରି ୩୨୩ କୋଟି ଟଙ୍କାର ଆଇଟିସି ଠକେଇ ହୋଇଥିବା ସୂଚନା ଦେଇଛନ୍ତି ଜିଏସଟି କମିଶନର । ୧୩ଟି ନକଲି ଫାର୍ମ କରି ଠକେଇ ହୋଇଥିବା କଥା ସୂଚନା ଦିଆଯାଇଛି ।
ଏହି ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିିରଫ କରିଛି ଜିଏସଟି ଏନଫୋର୍ସମେଂଟ ଟିମ । ସେମାନେ ହେଲେ ଅମିତ ଅଗ୍ରଓାଲ ଓ ସତେନ୍ଦ୍ର ଯାଦବ । ଅମିତ ଜଣେ ଚାଟାର୍ଡ ଏକାଉଂଟାଂଟ ହୋଇଥିବାବେଳେ ଓ ସତେନ୍ଦ୍ର ଭୁବନେଶ୍ୱରର ବାସିନ୍ଦା । ଖାଲି ପଡିଆକୁ ଫାର୍ମ ବୋଲି ଦର୍ଶାଇଥିଲେ ଏହି ଜିଏସଟି ଠକ । ଏ ପର୍ଯ୍ୟନ୍ତ ମୋଟ ୨୩ ଜଣଙ୍କୁ ଗିରଫ କରିଛି ଜଏସଟି ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/image.png)