କନକ ବ୍ୟୁରୋ : ଗିରଫ ପରେ ନକଲି ରସିକ ଡାକ୍ତରଙ୍କ ଗୁମର ଖୋଲିବାରେ ଲାଗିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିଭିନ୍ନ ରାଜ୍ୟ ବୁଲି ବୁଲି ୧୭ ଜଣ ସ୍ତ୍ରୀଙ୍କୁ ବିବାହ କରିଥିବା ଏହି ରଙ୍ଗୀନ ମିଜାଜର ଡାକ୍ତର ବାବୁ ମାଟ୍ରିକ ମଧ୍ୟ ପାସ କରିନାହାନ୍ତି । ଏହି କରିତକର୍ମା ବ୍ୟକ୍ତି ଜଣକ ରାଜଧାନୀରେ ଏକାଧିକ କ୍ଲିନିକ ଖୋଲି ଅସଲି ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ । ଏପରିକି ମେଡିକାଲରେ ଆଡମିସନ କରାଇଦେବାକୁ କହି ଟଙ୍କା ମଧ୍ୟ ଠକେଇ କରିଥିବା ଅଭିଯୋଗ ଆସିଛି ।
ଖୋଲୁଛି ନକଲି ରସିକିଆ ଡାକ୍ତରଙ୍କ ଗୁମର । ମାଟ୍ରିକ ପାସ ନକରି ବନିଥିଲେ ଠକ ସର୍ଦ୍ଦାର୍, ଯାଞ୍ଚବେଳେ ଖୋଲିଲା ଠକାମୀର ଫର୍ଦ୍ଦ । ଜଣେ କି ଦୁଇଜଣ ନୁହେଁ, ୧୭ ଜଣ ମହିଳାଙ୍କୁ ପ୍ରେମଜାଲରେ ଫସାଇଥିବା ଏହି ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ ମାଟ୍ରିକ ପାସ୍ ବି କରିନଥିଲେ । ପୁଲିସ ତଦନ୍ତ ବେଳେ ଏଭଳି କିଛି ରୋଚକ ତଥ୍ୟ ସାମ୍ନାକୁ ଆସିିଛି । କେବଳ ଏତିକି ନୁହେଁ ବରଂ ଟଙ୍କା ହଡପ ପାଇଁ ମହିଳାଙ୍କୁ ନିଜ ପ୍ରେମଜାଲରେ ଫସାଇବା ସହ ଏହି କରିତକର୍ମା ବ୍ୟକ୍ତି କଟକ ଓ ଭୁବନେଶ୍ୱରରେ ଖୋଲିଥିଲେ ଅନେକ କ୍ଲିନିକ । ଡାକ୍ତର ଓ ଷ୍ଟାଫକୁ ନିଯୁକ୍ତି ଦେଇ ବେପାର ବି ଜମାଇଥିଲେ । ଏପରିକି ମେଡିକାଲରେ ଆଡମିଶନ କରାଇଦେବାକୁ କହି ଜଣେ ଡାକ୍ତରଙ୍କ ଝିଆରୀଙ୍କୁ ଠାରୁ ଟଙ୍କା ହଡପ କରିଥିବା ବି ସାମ୍ନାକୁ ଆସିଛି ।
ରମେଶ ସ୍ୱାଇଁଙ୍କ ଗୋଟିଏ ପରେ ଗୋଟିଏ କଳାକାରନାମା ପଦାକୁ ଆସିବା ପରେ ଅଧିକ ଖୋଳତାଡ ଆରମ୍ଭ କରିଛି ପୁଲିସ । ଭୁବନେଶ୍ୱରର କିଛି ଆପାର୍ଟମେଣ୍ଟରେ ଯାଞ୍ଚ କରିଛି କମିଶନରେଟ ପୋଲିସର ଟିମ୍ । ପ୍ରେମଜାଲରେ ମହିଳାଙ୍କୁ ଫସାଇବା ପରେ ଏହି ରସିକିଆ ନକଲି ଡାକ୍ତର ଆପାର୍ଟମେଣ୍ଟରେ ଆଣି ସେମାନଙ୍କୁ ରଖୁଥିବା ସୂଚନା ମିଳିଛି । ଛାନଭିନ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୁଲିସ ହାତରେ ଲାଗିଛି ।