ଅକ୍ସିଜେନ ଅଭାବ ଦୂର କରିବାକୁ ଓଡ଼ିଶା ବଢ଼ାଇଲା ସହାୟତାର ହାତ । ଯେକୌଣସି ରାଜ୍ୟ ଅକ୍ସିଜେନ୍ ମାଗିଲେ ପଠାଇବ ଓଡ଼ିଶା ।

290

କନକ ବ୍ୟୁରୋ: ଅକ୍ସିଜେନ ଅଭାବ ଭିତରେ ଓଡ଼ିଶା ବଢ଼ାଇଲା ସହାୟତାର ହାତ । ଅକ୍ସିଜେନ୍ ଅଭାବ ଥିବା ରାଜ୍ୟକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ୬ଟି ରାଜ୍ୟକୁ ଲଗାତାର ଭାବରେ ପଠାଯାଉଛି ଅକ୍ସିଜେନ୍ । ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ବିହାରକୁ ଓଡ଼ିଶା ପଠାଉଛି ଅକ୍ସିଜେନ ।

ସବୁଠାରୁ ବଡ଼ କଥା ହେଲା, ଅକ୍ସିଜେନ୍ ଯୋଗାଣ ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର ସେଲ୍ ଖୋଲାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ୨୪ ଘଣ୍ଟିଆ ସେଲ ସକ୍ରିୟ ରହିଛି । ଯେକୌଣସି ରାଜ୍ୟ ଯଦି ଅକ୍ସିଜେନ୍ ସହାୟତା ଲୋଡ଼େ ସେ ରାଜ୍ୟକୁ ଅକ୍ସିଜେନ୍ ଓଡ଼ିଶା ଯୋଗାଇବ । ରାଜ୍ୟର ବଳକା ଅକ୍ସିଜେନକୁ ମଧ୍ୟ ବାହାର ରାଜ୍ୟକୁ ପଠାଯିବ । ଏହିକ୍ରମରେ ୪୦ ଟନ୍ ଅକ୍ସିଜେନ୍ ଅନ୍ୟ ରାଜ୍ୟକୁ ଯାଇଛି ।

ଅନ୍ୟପଟେ ଶିଳ୍ପପ୍ରତିଷ୍ଠାନକୁ ୨୪ ଘଣ୍ଟିଆ ଅକ୍ସିଜେନ୍ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଟାଟା କଳିଙ୍ଗନଗର, ଜେଏସପିଏଲକୁ ଅକ୍ସିଜେନ ଯୋଗାଣ ପାଇଁ ନିର୍ଦ୍ଦେଶ । ଟାଟା ଭୂଷଣ ଢେଙ୍କାନାଳ ଓ ଜେଏସଏଲ କଳିଙ୍ଗନଗରକୁ ଅକ୍ସିଜେନ୍ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସଡ଼କପଥରେ ଅକ୍ସିଜେନ ଯୋଗାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏବଂ ଆଇନଶୃଙ୍ଖଳା ଏଡିଜିଙ୍କ ତତ୍ତ୍ୱାବଧାନରେ ଅକ୍ସିଜେନ ପଠାଯାଇଉଛି । ଅକ୍ସିଜେନ ଟ୍ୟାଙ୍କରର ଆଗରେ ଓ ପଛରେ ଏସକର୍ଟ ଭ୍ୟାନ୍ ଜଗୁଛନ୍ତି । ଅକ୍ସିଜେନ ଯୋଗାଣରେ ବିଳମ୍ବ ନକରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।