ଓଡିଶାରେ ୨୧ ଲୋକସଭା ଆସନରୁ କିଏ ପାଇବେ କେତେ ? ଆଜ୍ ତକର ଆକଳନ ବିଜେଡି ପାଇବ ୧୫-୧୯ ଆସନ, ଏବିପି କହିଲା ଖାତା ଖୋଲିପାରିବନି ବିଜେଡି ।

512

କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ଦେଶରେ କିଏ ଗଢିବ ସରକାର ? କାହାକୁ ମିଳିବ ବହୁମତ ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା ଜନତାଙ୍କ ମନରେ । ତେବେ ଆଜି ସାମ୍ନାକୁ ଆସିଛି ଏକଜିଟ୍ ପୋଲ ରିପୋର୍ଟ । ଦେଶରେ ମୋଦି ହାୱା ପୁଣି ଥରେ ବୋହିବା ନେଇ ବିଭିନ୍ନ ଏକଜିଟ୍ ପୋଲ୍ ଆକଳନ କରୁଛନ୍ତି । ଆଉ ଏହାରି ଭିତରେ ସମସ୍ତଙ୍କ ନଜର ରହିଛି ଓଡିଶା ଉପରେ । ଆସନ୍ତୁ ଜାଣିବା ଓଡିଶାକୁ ନେଇ କ’ଣ କହୁଛି ବିଭିନ୍ନ ଏକଜିଟ୍ ପୋଲ୍ ରିପୋର୍ଟ ।

ଓଡିଶା ଲୋକସଭା ନିର୍ବାଚନରେ ପୁଣି ଥରେ ଦମ୍ ଦେଖାଇବ ବିଜୁ ଜନତା ଦଳ । ଓଡିଶାରେ ରହିଛି ମୋଟ୍ ୨୧ଟି ଲୋକସଭା ଆସନ । ଆଜ୍ ତକର ଏକଜିଟ୍ ପୋଲ୍ ଆକଳନ ଅନୁଯାୟୀ, ଓଡିଶାରେ ବିଜେଡି ୧୫ରୁ ୧୯ଟି ଆସନରେ ବାଜିମାତ୍ କରିପାରେ । ସେହିପରି ଭାରତୀୟ ଜନତା ପାର୍ଟି ୨-୬ଟି ଆସନରେ ଜିତିପାରେ । ଅନ୍ୟପଟେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟଲାଭ କରିପାରେ ବୋଲି ଆଜ୍ ତକର ଆକଳନ କହୁଛି ।

ଅନ୍ୟପଟେ ଏବିପି ନ୍ୟୁଜର ଏକଜିଟ୍ ପୋଲ ଆକଳନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏବିପି ରିପୋର୍ଟ ଅନୁଯାୟୀ, ଓଡିଶା ଲୋକସଭା ନିର୍ବାଚନରେ ଖାତା ଖୋଲିପାରିବନି ବିଜୁ ଜନତା ଦଳ । ଦୀର୍ଘ ୧୯ ୪ଟି ଟର୍ମ ଧରି ବିଜେଡି ଓଡିଶା ଲୋକସଭା ଆସନରେ ଭଲ ସିଟରେ ବାଜିମାତ୍ କରୁଥିବା ବେଳେ ଚଳିତ ନିର୍ବାଚନରେ ଗୋଟିଏ ହେଲେ ଆସନ ହାତେଇନପାରେ ବୋଲି ଏବିପି ନ୍ୟୁଜର ଆକଳନ କହୁଛି । ସେହିପରି ବିଜେପି ୧୫ରୁ ୧୯ଟି, କଂଗ୍ରେସ ଗୋଟିଏ ଏବଂ ଅନ୍ୟାନ୍ୟ ୨-୬ଟି ଆସନରେ ବିଜୟ ଲାଭ କରାପାରନ୍ତି ।