କନକ ବ୍ୟୁରୋ : ପୁରୀ ସ୍ଥିତ ଏମାର ମଠ ଖୋଳା ଶେଷ ହୋଇଛି । ଖୋଳାଯାଉଥିବା ସ୍ଥାନକୁ ପୂର୍ବରୁ ଚିହ୍ନଟ କରିଥିଲା ପ୍ରଶାସନ । ଚିହ୍ନଟ ତିନୋଟି ସ୍ଥାନ ମଧ୍ୟରୁ ଦୁଇଟି ସ୍ଥାନକୁ ଖୋଳା ସରିଛି । ଏଥିରୁ କୌଣସି ସାମଗ୍ରୀ ମିଳିନଥିବା ସୂଚନା ରହିଛି । ଖୋଳା ହେଲା ବେଳେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୬ ତାରିଖର ତିନିଟି ସ୍ଥାନକୁ ଚିହ୍ନଟ କରାଯାଇଥିଲା । ମେଟାଲ ଡିଟେକ୍ଟର ଦ୍ୱାରା ସ୍ଥାନକୁ ଚିହ୍ନଟ କରିଥିଲେ ବିଶେଷଜ୍ଞ ଦଳ । ଆଜି ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଖୋଳା ଆରମ୍ଭ ହୋଇଛି ।