କିଏ ଜିତିବ ଓଡିଶା ବିଧାନସଭା ବାଜି? ୧୪୭ ଆସନର ହେବ ହିସାବକିତାବ । ଦେଖନ୍ତୁ, ନିର୍ବାଚନର ଟିକିନିକି ଖବର କେବଳ କନକ ନ୍ୟୁଜରେ…

639

କନକ ବ୍ୟୁରୋ: ଓଡିଶାରେ ଏଥର କାହାର ସରକାର? ବିଧାନସଭାରେ କିଏ ମାରିବ ବାଜି? ସବୁ ଚର୍ଚ୍ଚା ଆଲୋଚନା ଭିତରେ ଆଜି ଆସିବାକୁ ଯାଉଛି ଓଡିଶା ବିଧାନସଭାର ନିର୍ବାଚନ ରେଜଲ୍ଟ । ଆଉ ସକାଳ ୮ଟାରୁ ଆରମ୍ଭ ହେବାକୁ ଯାଉଛି ଗଣତି । ତେବେ ଭୋଟ୍ ଗଣତି ପାଇଁ ଏବେ ସବୁ ପ୍ରସ୍ତୁତି ଶେଷ ହେଇସାରିଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ପରେ, ଆରମ୍ଭ ହେବ ଇଭିଏମ୍ ଭୋଟ୍ ଗଣତି ।

ରାଜ୍ୟର ମୋଟ ୧୪୭ ଆସନର ଫଳାଫଳ ଆଜି ପ୍ରକାଶ ପାଇବ । ତେବେ ବିଜେଡି-ବିଜେପି ଏବଂ କଂଗ୍ରେସ ମଧ୍ୟରୁ କେଉଁ ଦଳ କେତେ ଆସନ ଜିତୁଛି, ତାହା ଉପରେ ରହିଛି ପୂରା ରାଜ୍ୟର ନଜର । ଖାସ୍ କରି ଶାସକ ବିଜେଡି ଏବଂ ବିଜେପି ମଧ୍ୟରେ ଏଥର କଡା ଟକ୍କର ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଅଧିକାଂଶ ଏକଜିଟ୍ ପୋଲରେ ବିଜେପିକୁ ସଫଳତା ମିଳୁଥିବାବେଳେ, ଆଉ କିଛି ଏକଜିଟ୍ ପୋଲରେ ବିଜେଡି ପୁଣିଥରେ ସରକାର ଗଢୁଥିବା ଅନୁମାନ କରାଯାଉଛି । ଆଉ ଏ ସବୁ ଭିତରେ ଆଜି ଆସିବାକୁ ଯାଉଛି ଏକଜାଟ୍ ପୋଲ୍ ।