ପର୍ଯ୍ୟଟକଙ୍କ ପାଇଁ ସ୍ପେଶାଲ ଟ୍ରେନ । ସ୍ୱତନ୍ତ୍ର ଟ୍ରେନ ଯୋଗେ ପୁରୀରୁ କୋଲକତା ସାଲିମାର ଯିବେ ପର୍ଯ୍ୟଟକ ଏବଂ ଯାତ୍ରୀ

ଖୋର୍ଧା, ଭୁବନେଶ୍ୱର,କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ଖଡଗପୁରରେ ରହିବ ଟ୍ରେନ

248

କନକ ବ୍ୟୁରୋ: ବାତ୍ୟା ‘ଫୋନି’ ଆଶଙ୍କାରେ ଅଧିକାଂଶ ଟ୍ରେନ୍ ବାତିଲ ପରେ ପର୍ଯ୍ୟଟକ ଓ ଯାତ୍ରୀଙ୍କ ପାଇଁ ପୁରୀରୁ କୋଲକାତାକୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛି ପୂର୍ବତଟ ରେଳବାଇ । ଏହି ଟ୍ରେନ୍ ଦିନ ୧୨ଟାରେ ପୁରୀରୁ ବାହାରିବ । କୋଲକାତାକୁ ଯିବାକୁ ଚାହୁଁଥିବା ଯାତ୍ରୀ ଓ ପର୍ଯ୍ୟଟକମାନେ ଏହି ଟ୍ରେନରେ ଯାତ୍ରା କରିପାରିବେ । ଏଥିରେ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବଗି ରହିଛି । ସେହିପରି ଓଏସଆରଟିସିର ସ୍ୱତନ୍ତ୍ରୀ ପୁରୀରୁ କୋଲାକାତା ଯିବ ବୋଲି ସୂଚନା ମିଳିଛି । ଏହି ବସ୍ ଗୁଡିକ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ଛାଡିବ ।

ଓଡ଼ିଶା ମୁହାଁ ହୋଇଥିବା ସାମୁଦ୍ରିକ ବାତ୍ୟା ‘ଫୋନି’ ଠାରୁ ନିରାପଦ ରହିବାକୁ ପୁରୀରେ ଥିବା ପର୍ଯ୍ୟଟକ ଓ ଯାତ୍ରୀମାନଙ୍କ ପାଇଁ ରେଳବାଇ ତରଫରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯାଇଛି। ଆଜି ମଧ୍ୟାହ୍ନ ୧୨ଟାରୁ ପୁରୀ ଠାରୁ କୋଲକାତାର ସାଲିମାର ଯାଏଁ ଚାଲିବ। ଏଥିରେ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବ୍ୟବସ୍ଥା ରଖାଯାଇଛି। ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର, କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ୱର ଏବଂ ଖଡ଼ଗପୁର ଠାରେ ଏହି ସ୍ୱତନ୍ତ୍ର ଟ୍ରେନର ଷ୍ଟପେଜ୍ ରହିବ। ଏଥିରେ ଜେନେରାଲ୍, ସ୍ଲିପର୍, ୩ ଏ, ୨ଏ ଆଦି ବଗି ରହିଛି। ଆଜି ଅପରାହ୍ଣ ୧: ୩୦ ଏହି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଆସି ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବ।