କନକ ବ୍ୟୁରୋ : ପ୍ରକାଶ ପାଇଲା ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଅଭିବୃଦ୍ଧି ହାର ୨୦୨୧-୨୨ରେ ୧୦.୧ ପ୍ରତିଶତ ରହିଛି । ଏହି ସମୟରେ ଜାତୀୟ ଅଭିବୃଦ୍ଧି ହାର ୮.୮ ପ୍ରତିଶତ ଥିବା ବେଳେ ଓଡ଼ିଶା ଯଥେଷ୍ଟ ଭଲ ସ୍ଥିତିରେ ରହିଛି । ଏହାପୂର୍ବରୁ ୨୦୨୦-୨୧ରେ ରାଜ୍ୟର ଅଭିବୃଦ୍ଧି ହାର ୫.୩ ରହିଥିଲା । କରୋନା ପାଇଁ ଅଭିବୃଦ୍ଧି ହାର ପ୍ରଭାବିତ ହୋଇଥିଲା । କିନ୍ତୁ ସଂକ୍ରମଣ କମିବା ପରେ ପୁଣିଥରେ ଅଭିବୃଦ୍ଧି ହାର ବୃଦ୍ଧି ପାଇଛି ।

Advertisment

ଅଭିବୃଦ୍ଧି ହାର ବଢିଥିବା ବେଳେ ରାଜ୍ୟର ମୁଣ୍ଡ ପିଛା ଆୟ ମଧ୍ୟ ବୃଦ୍ଧି ପାଇଛି । ୨୦୧୧-୧୨ରେ ଏହା ୪୮ ହଜାର ୪୯୯ ଥିବା ବେଳେ ୨୨୦୨୧-୨୨ ରେ ୧ ଲକ୍ଷ ୨୭ ହଜାର ୩୮୩ରେ ପହଁଚିଛି । ୧୧-୧୨ ତୁଳନାରେ ଏହା ଦୁଇ ଗୁଣାରୁ ଅଧିକ ବୃଦ୍ଧି ପାଇଛି । ଓଡିଶା ଖଣି କ୍ଷେତ୍ରରେ ବହୁତ ଭଲ ଉତ୍ପାଦନ ହୋଇଛି । ବହୁ ସଂଖ୍ୟାରେ ଶିଳ୍ପାନୁଷ୍ଠାନ ଓଡିଶା ଆସୁଛନ୍ତି । ଯାହା ଦ୍ୱାରା ନିଯୁକ୍ତି ସମ୍ଭାର ବି ସୃଷ୍ଟି ହୋଇଛି । ମିଶନ ଶକ୍ତି, କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ଓଡିଶା ସଶକ୍ତି ଓଡିଶା ଗଠନ ଦିଗରେ ପ୍ରମୁଖ ଭୂମିକା ନିଭାଇଛି । କିନ୍ତୁ କୃଷି ଅଭିବୃଦ୍ଧି ହାର କମ ହୋଇଛି । ଏହା -୩.୩୭ ରେ ପହଁଚିଛି । ପ୍ରାକୃତିକ ବିପର୍ଯ୍ୟୟ କାରଣରୁ କୃଷିକ୍ଷେତ୍ର ପ୍ରଭାବିତ ହେଊଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସମୟ ଉପଯୋଗୀ ପଦକ୍ଷେପ ଓ ନୂଆ ନୂଆ ଯୋଜନା କୃଷି କ୍ଷେତ୍ରରେ ନୂଆ ଆଶା ସୃଷ୍ଟି କରିଛି ।

ରାଜ୍ୟ ଅର୍ଥନୀତି କୁ କୃଷି କ୍ଷେତ୍ରର ଯୋଗଦାନ ରହିଛି ୨୦.୬୧ ଓ ଶିଳ୍ପ କ୍ଷେତ୍ରର ଯୋଗଦାନ ୩୯.୫୧ ଓ ସେବା କ୍ଷେତ୍ରର ଯୋଗଦାନ ୩୯.୮୮ ରହିଛି । କୋଭିଡ ସତେ ରାଜ୍ୟ ଶିଳ୍ପାୟନ କ୍ଷେତ୍ରରେ ସ୍ଥିରତା ରହିଛି । ଆର୍ଥିକ ପରିଚଳନା କ୍ଷେତ୍ରରେ ଓଡ଼ିଶାର ଭଲ ସ୍ଥିତି ରହିଛି ।