ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ : ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ

Advertisment
ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ : ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ

କନକ ବ୍ୟୁରୋ : ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ । ଘଟଣାସ୍ଥଳରେ ଟ୍ରକ୍ ଚାଳକଙ୍କର ମୃତ୍ୟୁ ହୋଇଛି । ବିଦ୍ୟୁତ୍ ତାର ଲାଗି ଟ୍ରକରେ ନିଆଁ ଲାଗିବା ପରେ ଡ଼୍ରାଇଭର ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ବରଗଡ଼ରୁ ସିମେଣ୍ଟ ଆଣି ତୁଷୁରା ଡ଼ାହିମାଲକୁ ଆସୁଥିବା ଟ୍ରକ୍ ବଲାଙ୍ଗିର ତୁଷୁରା ନିକଟରେ ଏଭଳି ଅଘଟଣର ଶିକାର ହୋଇଥିଲା । ମୃତ ଡ୍ରାଇଭରଙ୍କର ପରିଚୟ ମିଳିନାହିଁ । ଖବର ପାଇ ଘଟଣାସ୍ଥଳରେ ତୁଷୁରା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe