କନକ ବ୍ୟୁରୋ : ଡାକ୍ତର ଶୁଭଶ୍ରୀ ମୃତ୍ୟୁ ମାମଲା । ମୃତ୍ୟୁ ନେଇ ମୁହଁ ଖୋଲିଛନ୍ତି ତାଙ୍କର ଜଣେ ସହକର୍ମୀ । ବର୍ଷ ୨୦୨୨ର ଶେଷ ଦିନର ଶେଷ ସମୟର ପ୍ରତିଟି ମୁହୁର୍ତ୍ତକୁ ଝୁମି ଝୁମି ବିତାଇଥିଲେ ଶୁଭଶ୍ରୀ । ସହକର୍ମୀମାନଙ୍କ ସହ ଜିରୋ ନାଇଟ ପାଳନରେ ମସଗୁଲ ଥିଲେ । ମୃତ୍ୟୁ ପୂର୍ବରୁ ସହକର୍ମୀମାନଙ୍କ ସହ ଜିରୋନାଇଟ୍ ସେଲିବ୍ରେସନ କରିଥିଲେ ଡାକ୍ତର ଶୁଭଶ୍ରୀ କର । ନା ମନରେ ଥିଲା କିଛି ଅବଶୋଷ, ନା କୌଣସି ଦୁଃଖ ।  ବେଶ ହସ ଖୁସିରେ ଜିରୋନାଇଟ୍ ସେଲିବ୍ରେସନ କରିଥିଲେ ।

ତା ପରେ କେକ୍ କାଟି ଆନନ୍ଦ ଉଲ୍ଲାସର ସହିତ ନୂଆବର୍ଷ ପାଳନ କରିଥିଲେ । ସହକର୍ମୀଙ୍କ ଗହଣରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ପାର୍ଟି ଚାଲିଥିଲା । କେକ୍ କଟାଯାଇ  ଧୁମ୍ ସେଲିବ୍ରେସନ କରାଯାଇଥିଲା । ତାଙ୍କ ସହକର୍ମୀ ଜଣକ ପାର୍ଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିଥିଲେ । ରାତି ପ୍ରାୟ ୧ଟା ୩୦ ପର୍ଯ୍ୟନ୍ତ ପାର୍ଟି ଚାଲିଥିଲା । ପାର୍ଟିରେ ଶୁଭଶ୍ରୀ ବେଶ ଖୁସିଥିବା ବେଳେ ସମସ୍ତଙ୍କ ସହ ଧୁମ ନାଚିଥିଲେ । ପାର୍ଟି ସରିବା ପର୍ଯ୍ୟନ୍ତ ସବୁ କିଛି ଠିକଠାକ୍ ଥିଲା । ଏପରିକି ସମସ୍ତେ ରାତିରେ ଫେରିବା ପରେ ବି  ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ ।

ସେଦିନ ବହୁତ ଖୁସି ଜଣାପଡୁଥିବ।। ବେଳେ ଆତ୍ମହତ୍ୟା ନେଇ ତାଙ୍କ ପାଖରେ କୌଣସି ଅଭାସ ନଥିବା କହିଛନ୍ତି ଶୁଭଶ୍ରୀଙ୍କ ସହକର୍ମୀ । ସେପଟେ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଡାକ୍ତର ଦିବ୍ୟରଞ୍ଜନଙ୍କ ପତା ମିଳୁନି । ଦିବ୍ୟରଞ୍ଜନଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରି ଛାନଭିନ୍ ଚଳାଇଛି ପୋଲିସ । ଏସବୁ ଭିତରେ ଦିବ୍ୟରଞ୍ଜନଙ୍କ ଉପରେ ପୋଲିସର ସନ୍ଦେହ ବଢିବାରେ ଲାଗିଛି ।