ଯୁବ ଡାକ୍ତରଙ୍କ ଜୀବନ ନେଲା କରୋନା । ଦୁଇଟି ଡୋଜ୍ ନେବା ପରେ ବି ହୋଇଥିଲେ ସଂକ୍ରମିତ, ଟିକା ନେବା ପରେ କରୋନାରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ।

1,485

କନକ ବ୍ୟୁରୋ : ରାଜଧାନୀରେ କରୋନା ନେଲା ଡାକ୍ତରଙ୍କ ଜୀବନ । ରାଜଧାନୀର ଏକ ଘରୋଇ ଡାକ୍ତରଖାନାର ଜଣେ ଡାକ୍ତରଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଡାକ୍ତରଙ୍କ ନାମ ହୃଦାନନ୍ଦ ଭୂୟାଁ । କିଛି ଦିନ ଆଗରୁ ସେ କରୋନାର ଦୁଇଟି ଡୋଜ୍ ମଧ୍ୟ ନେଇଥିଲେ । ଏହା ପରେ ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଛି ଦିନ ଆଗରୁ ଡାକ୍ତର ଭୂୟାଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କର ସିକଲସିଲ୍ ରୋଗ ମଧ୍ୟ ଥିଲା ।

ଦେଶରେ ଶତାଧିକ ଡାକ୍ତର କରୋନା ଆକ୍ରାନ୍ତ ଥିବା ନେଇ ସୂଚନା ଆସୁଥିବା ବେଳେ, ରାଜ୍ୟରେ କରୋନା ସଂକ୍ରମଣରେ ଜଣେ ଯୁବ ଡାକ୍ତର ଜୀବନ ହରାଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ମୃତ ଡାକ୍ତର ହୃଦାନନ୍ଦ ଭୂୟାଁ ଏମକେସିଜିରେ ଏମବିବିଏସ୍ ଏବଂ ଏସସିବିରେ ପିଜି କରିଥିଲେ ।