ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା । ହାଇକୋର୍ଟରେ ହାଜର ହେଲେ ଡିଜିପି । କୋର୍ଟ କହିଲେ, ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ପୁଲିସ

160

କନକ ବ୍ୟୁରୋ : ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ରାଜଧାନୀର ବହୁ ଚର୍ଚ୍ଚିତ ଏହି ଗଣଦୁର୍ଷ୍କମ ମାମଲାରେ ଭିଡ଼ିଓ କନଫରେନ୍ସି ଜରିଆରେ ହାଇକୋର୍ଟରେ ହାଜର ହୋଇଥିଲେ ଡିଜିପି । ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ ଉଠାଇବା ସହ ଭତ୍ସନା କରିଛନ୍ତି ହାଇକୋର୍ଟ ।

ଏପଟେ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିକଟରେ ହାଜର ହୋଇଛନ୍ତି ଉଭୟ ପକ୍ଷ । ଓଟିଭି ପକ୍ଷରୁ ଓଟିଭି ଏମ୍ଡିଙ୍କ ପ୍ରତିନିଧି ଏବଂ ତାଙ୍କ ଓକିଲ ହାଜର ହୋଇଥିବା ବେଳେ ପୀଡ଼ିତାଙ୍କ ପକ୍ଷରୁ ତାଙ୍କ ମା’ ଓ ଆଇନଜୀବୀ ହାଜର ହୋଇଥିଲେ । ଅଭିଯୋଗକାରୀ ଓ ପ୍ରତିପକ୍ଷ ଉଭୟଙ୍କ ବୟାନ ରେକର୍ଡ କରାଯାଇଛି । ଆସନ୍ତା ୨ ତାରିଖରେ ପରବର୍ତୀ ଶୁଣାଣୀ ହେବ । ପରବର୍ତୀ ତାରିଖରେ ବ୍ୟକ୍ତିଗତ ହାଜର ପାଇଁ ଓଟିଭି ଏମଡିଙ୍କୁ ନୋଟିସ ଦିଆଯାଇଛି ବୋଲି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିଛନ୍ତି ।

ତାଲାବନ୍ଦ ସମୟରେ ଭୁବନେଶ୍ୱର ଇନଫୋସିଟି ଅଂଚଳରେ ଜଣେ ନାବାଳିକାଙ୍କୁ ଗଣଦୁର୍ଷ୍କମ ହୋଇଥିଲା । ଆଉ ଏହି ଘଟଣାରେ ଓଟିଭିର କିଛି କର୍ମଚାରୀ ଏବଂ ପୁଲିସ୍ କର୍ମଚାରୀ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା ।