କନକ ବ୍ୟୁରୋ : କୋଟିଆରେ ପୋଲିସ ଫୋର୍ସ ମୁତୟନ କଲା ଓଡ଼ିଶା । ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଗ୍ରହଣ କରାଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ଖବର ପାଇ ପଳାୟନ କଲେ ଆନ୍ଧ୍ର ଅଧିକାରୀ । ଗତକାଲି କୋଟିଆରେ ଆନ୍ଧ୍ର ପୋଲିସ ଅଧିକାରୀଙ୍କ ଏକ ଟିମ୍ ପହଂଚି ବୃଦ୍ଧାଙ୍କୁ ଟଙ୍କା ବାଂଟି ପ୍ରଲୋଭିତ କରିଥିବା ଖବର ଆସିଥିଲା । ତଳଗଂଜେଇ ପଦରରେ ଆନ୍ଧ୍ର ମେଗା ସ୍ୱାସ୍ଥ୍ୟ ମେଳା କରିବାକୁ ଯୋଜନା କରିଥିଲା । ହେଲେ ପୋଲିସ ଫୋର୍ସ ମୁତୟନ ହୋଇଥିବା ଜାଣି ପଳାୟନ କରିଥିଲା ।
ସେହିପରି ଓଡ଼ିଶା ଭିତରେ ପ୍ରବେଶ କରି ବିଭିନ୍ନ ଗାଁରେ ତେଲଗୁ ଫଳକ ପୋତିବାକୁ ଯୋଜନା କରିଥିଲା ଆନ୍ଧ୍ର । ହେଲେ ଏହାକୁ ପଣ୍ଡ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ ଓ ପୋଲିସ । ତଳଗଂଜେଇ ପଦରରେ ଆନ୍ଧ୍ର ମେଗା ସ୍ୱାସ୍ଥ୍ୟ ମେଳା କରିବାକୁ ଯୋଜନା କରିଥିଲା । ହେଲେ ପୋଲିସ ଫୋର୍ସ ମୁତୟନ ହୋଇଥିବା ଜାଣି ପଳାୟନ କରିଥିଲା । ସେହିପରି ଓଡ଼ିଶା ଭିତରେ ପ୍ରବେଶ କରି ବିଭିନ୍ନ ଗାଁରେ ତେଲଗୁ ଫଳକ ପୋତିବାକୁ ଯୋଜନା କରିଥିଲା ଆନ୍ଧ୍ର । ହେଲେ ଏହାକୁ ପଣ୍ଡ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ ଓ ପୋଲିସ ।
ଶୁକ୍ରବାର ଦିନ କୋଟିଆ ଗ୍ରାମପୁଞ୍ଜରେ ଦୁଇଟି କାର୍ଯ୍ୟକ୍ରମ କରିବାକୁ ପଡ଼ୋଶୀ ଆନ୍ଧ୍ର ଯୋଜନା କରିଥିଲା । ତଳଗଞ୍ଜେଇ ପଦର ଗ୍ରାମରେ ସ୍ବାସ୍ଥ୍ୟ ଶିବିର କରିବାକୁ ଥିଲା ବେଳେ ପ୍ରଶାସନିକ ଅଧିକାରୀମାନେ କୋଟିଆର ବିଭିନ୍ନ ଗ୍ରାମରେ ପହଞ୍ଚି ଆନ୍ଧ୍ରର ଫଳକ ଲଗାଇବା ସହ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସଚେତନ କରିବାକୁ ଯୋଜନା ରହିଥିଲା । ତେବେ ଏହି ଖବର କୋରାପୁଟ ପ୍ରଶାସନ ନିକଟରେ ପହଞ୍ଚି ଯାଇଥିଲା । ପରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁନାବେଡ଼ା ଏସ୍ଡିପିଓ, ପଟ୍ଟାଙ୍ଗି ବିଡିଓ, କୋରାପୁଟ ତହସିଲଦାର, ପଟ୍ଟାଙ୍ଗି ଆଇଆଇସି ପ୍ରମ୍ମୁଖ ପ୍ରାୟ ୪ ପ୍ଲାଟୁନ ଫୋର୍ସ ସହ ଉପରସେମ୍ବୀ ନିକଟରେ ପହଞ୍ଚି ନାକାବନ୍ଦୀ କରିଥିଲେ । ଫଳରେ ଆନ୍ଧ୍ରର ଏପିଡି ସଚିନ ନାଇଡୁ ଏକ ଟିମ୍ ସହ କୋଟିଆ ଅଞ୍ଚଳରେ ଅନୁପ୍ରବେଶ କରୁଥିବା ସମୟରେ ଉପରସେମ୍ବୀ ଗ୍ରାମ ନିକଟରେ ଓଡ଼ିଶା ଅଧିକାରୀମାନେ ଜଗି ରହି ଘୋର ବିରୋଧ କରିଥିଲେ ।
ଯାହାଫଳରେ ମୁହଁ ମୋଡ଼ି ଅଧାବାଟରୁ ଫେରିଯାଇଥିଲେ ଆନ୍ଧ୍ର ଅଧିକାରୀ । ସେହିପରି ଆନ୍ଧ୍ରକୁ ଚକମା ଦେବା ପରେ ପଟ୍ଟାଙ୍ଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଳଗଞ୍ଜେଇ ପଦର ଗ୍ରାମରେ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଫଳରେ ଆନ୍ଧ୍ରର ସ୍ବାସ୍ଥ୍ୟବିଭାଗ ଧୂଳିପଦର ଗ୍ରାମରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ହାତ ଗଣତି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ନିରାଶରେ ଫେରିବାକୁ ପଡ଼ିଥିଲା। ପଟ୍ଟାଙ୍ଗି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ତଲଗଞ୍ଜେଇ ପଦର ଗ୍ରାମ ଠାରେ ଆୟୋଜିତ ମେଗା ସ୍ବାସ୍ଥ୍ୟମେଳାରେ ୧୧୮ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ବେଳେ ସେଥିମଧ୍ୟରୁ ୧୦୦ ଜଣଙ୍କୁ ଚକ୍ଷୁ ପରୀକ୍ଷା କରାଯାଇ ୬୨ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ସେହିପରି ୫ ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ମାଗଣା ଔଷଧ ପ୍ରଦାନ କରାଯିବା ସହିତ ରୋଗୀଙ୍କୁ ଗାଁରୁ ଆଣି ଚିକିତ୍ସା କରି ପୁଣି ଗାଁରେ ନେଇ ଛଡ଼ାଯାଇଥିବା ଜଣାପଡ଼ିଛି ।