ଓଡିଶା ମାଗିଲା କ୍ଲୋରୋକୁଇନ୍ । ଭିଡିଓ କନଫରେନ୍ସିଂରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ନବ ଦାସଙ୍କ ଆଲୋଚନା, କରୋନା ମୁକାବିଲା ପାଇଁ ୫ ଲକ୍ଷ ପିପିଇ କିଟ୍,ରାପିଡ ଟେଷ୍ଟିଂ କିଟ୍ ସହ ସାନିଟାଇଜର ଓ ମାସ୍କ ଯୋଗାଇଦେବାକୁ ଅନୁରୋଧ ।

1,815

କନକ ବ୍ୟୁରୋ: କେନ୍ଦ୍ରକୁ  ଓଡିଶା ମାଗିଲା କ୍ଲୋରୋକୁଇନ୍ ।  ଭିଡିଓ କନଫରେନ୍ସିଂରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା କରିଛନ୍ତି ନବ ଦାସ । ଏହି ସମୟରେ କରୋନା ମୁକାବିଲା ପାଇଁ ଓଡିଶାର ଦାବି ଉପସ୍ଥାପନ କରିଛନ୍ତି ।  ବିଶେଷ କରି କରୋନା ଚିକିତ୍ସାରେ ହାଇଡ୍ରୋକ୍ସି କ୍ଲୋରୋକୁଇନ ଏକ ଉପାଦେୟ ଓøଷଧ ହୋଇଥିବାରୁ ଏହାର ଆବଶ୍ୟକତା ବାବଦରେ ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ଏବଂ ଆକ୍ରାନ୍ତଙ୍କ ସଂଶସ୍ପର୍ଶରେ ଆସୁଥିବା ନିକଟ ସଂପର୍କୀୟଙ୍କୁ  କ୍ଲୋରୋଇକୁିନ ପ୍ରତିଷେଧକ ଭାବେ ଦିଆଯାଇପାରୁଛି । ଆମେରିକା ଭଳି ବିତଶାଳୀ ରାଷ୍ଟ୍ର ମଧ୍ୟ ଏହି ଓøଷଧ ପାଇଁ ଭାରତ ଉପରେ ନିର୍ଭର କରୁଛନ୍ତି । ସେପଟେ ମହାମାରୀର ମୁକାବିଲା ପାଇଁ ଅଧିକରୁ ଅଧିକ ନମୂନା ପରୀକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ତେଣୁ ଅଧିକ ଆରପିଟିସିଆର ଅର୍ଥାତ ରାପିଡ ଟେଷ୍ଟିଂ କିଟ ଯୋଗାଇଦେବାକୁ ଦାବି କରାଯାଇଛି । ସେହିପରି ୫ ଲକ୍ଷ ପିପିଇ କିଟ୍,ସାନିଟାଇଜର ଓ ମାସ୍କ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ନବ ଦାସ ।