କନକ ବ୍ୟୁରୋ: ଗତ କିଛି ଦିନ ହେଲା ଅସହ୍ୟ ତାତି ଓ ଗୁଳୁଗୁଳି ହେଉଥିବାବେଳେ ଶୁକ୍ରବାର ରାତିରେ ପାଗ ସାମାନ୍ୟ ପରିବର୍ତ୍ତନ ହୋଇଛି। କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇଥିବାରୁ ଲୋକଙ୍କୁ ଅସହ୍ୟ ଗରମରୁ ଆଶ୍ବସ୍ତି ମିଳିଛି। ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏପରିକି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ଅଛି।
ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ୧୭ରୁ ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଗଞ୍ଜାମ, କଳହାଣ୍ଡି, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଜଗତସିଂହପୁର ଆଦି ଜିଲ୍ଲାରେ ୪୦ରୁ ୫୦କିମି ବେଗରେ ପବନ ବହିବା ସହ ବର୍ଷା ହୋଇପାରେ। ଏହି ସମୟରେ ଜୋରରେ ଘଡ଼ଘଡ଼ି ଓ ବିଜୁଳି ବି ମାରିବ। ବିଶେଷ କରି ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ୨୧ତାରିଖ ବେଳକୁ ପାଗ ପରିବର୍ତ୍ତନ ହେବ।
କାଳବୈଶାଖୀ ପ୍ରଭାବରେ ଗତ ୨୪ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ ୧୮.୬ମିମି, ସୁନ୍ଦରଗଡ଼ରେ ୧୮ମିମି, କଟକରେ ୧୨.୨ମିମି, ପାରାଦୀପରେ ୦.୧ମିମି, ଭୁବନେଶ୍ବରରେ ୨ମିମି, ପୁରୀରେ ୫ମିମି, ଅନୁଗୁଳରେ ୩ମିମି, ଝାରସୁଗୁଡ଼ାରେ ୩.୧ମିମି, କେନ୍ଦୁଝରରେ ୫.୫ମିମି ବର୍ଷା ହୋଇଛି। ବର୍ଷା ପ୍ରଭାବରେ ତାପମାତ୍ରା କମିଥିଲେ ହେଁ ଗତକାଲି ମାଲକାନଗିରିରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରି ରେକର୍ଡ ହୋଇଛି। ସୁନ୍ଦରଗଡ଼ ଓ ବଲାଙ୍ଗୀରେ ୩୬ଡିଗ୍ରି ଥିବାବେଳେ ସୋନପୁରରେ ୩୬.୨ମିମି, ଭବାନିପାଟଣାରେ ୩୬.୩ଡିଗ୍ରି ରେକର୍ଡ ହୋଇଛି। ବାକି ସବୁ ସ୍ଥାନରେ ପାରଦ ୩୫ଡିଗ୍ରି ତଳେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Weather-600x330.jpg)
/kanak/media/post_attachments/wp-content/uploads/2018/09/lightning-strike-4-11-2018-300x194.jpg)
/kanak/media/post_attachments/wp-content/uploads/2018/07/639176-odisharains-300x171.jpg)