ପୁରୀ ଗସ୍ତରେ ମୁଖ୍ୟ ଶାସନ ସଚିବ , ଶ୍ରୀଜିଉଙ୍କୁ କଲେ ଦର୍ଶନ : ସେବାୟତଙ୍କ ସହ ମଧ୍ୟ ଆଲୋଚନା କରି କ’ଣ ସବୁ ସମସ୍ୟା ରହିଛି ସେନେଇ ପଚାରି ବୁଝିଲେ

46

କନକ ବ୍ୟୁରୋ : ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇପାରିବ ସେନେଇ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି । ସେବାୟତଙ୍କ ସହ ମଧ୍ୟ ଆଲୋଚନା କରି କ’ଣ ସବୁ ସମସ୍ୟା ରହିଛି ସେନେଇ ପଚାରିବୁଝିଛନ୍ତି । ସେପଟେ ଆଜି ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଆଜି ବୈଠକ ରହିଛି । ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିବା ହେତୁ ସୁରେଶ ମହାପାତ୍ର ଏହି ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା ରହିଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି ।