କନକ ବ୍ୟୁରୋ : ଖୋଲୁଛି ଓଏସଏସସି ସଦସ୍ୟ ପିଏସଙ୍କ ସମ୍ପତି ଗୁମର । ପୁଣି ୨ଟି ଆକାଉଂଟର ୯ ଲକ୍ଷ ଠାବ ହେବା ପରେ ଆଜି ପୁଣି ବ୍ୟାଙ୍କ ଆକାଉଂଟର ଖୋଳତାଳ କରିବ ଭିଜିଲାନ୍ସ । ଏପଟେ ଟଙ୍କା ଓ ସଂପତି ଠୁଳ କରିବାରେ ବିରଂଚି ସାହୁଙ୍କ ପତ୍ନୀ ଓ ତାଙ୍କ ଶଳାଙ୍କ ସଂପୃକ୍ତି ଥିବା ସନ୍ଦେହ କରି ଏହି ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ ।
ଆବଶ୍ୟକ ପଡିଲେ ପଚରାଉଚରା ପାଇଁ ବିରଂଚି ସାହୁଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ଆର ପ୍ରକାଶ । କିନ୍ତୁ ପୁରା ପ୍ରକିୟାରେ ନିଯୁକ୍ତି ଦୁର୍ନୀତିର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । କାରଣ, ବିରଂଚିଙ୍କ ଘରୁ ପରୀକ୍ଷାର୍ଥୀଙ୍କ ଆଡମିଡ଼କାର୍ଡ ମିଳିଛି । ତେବେ ଭିଜିଲାନ୍ସ ଏସପି କହିଛନ୍ତି, ନିଯୁକ୍ତି ପାଇଁ ଟଙ୍କା ନେଇଥିବା ଅଭିଯୋଗ ପ୍ରମାଣିତ ହୋଇନି । ଠକାମୀର ଶିକାର ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କଲେ ତଦନ୍ତ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/11.jpg)