ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ : ଟ୍ୱିଟ କରି ସୂଚନା ଦେଲେ ଡିଜିପି, ଜିଆରପି କରୁଥିଲା ତଦନ୍ତ; ହତ୍ୟା କି ଆତ୍ମହତ୍ୟା ଏ ଯାଏଁ ହଟିନି ପରଦା

172

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଂଚ ଖୋଲିବ ରହସ୍ୟ । ମାମଲାର ତଦନ୍ତ କରିବ କ୍ରାଇମବ୍ରାଂଚ । ଏନେଇ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ଜିଆରପି ଏହି ମାମଲାର ତଦନ୍ତ କରୁଥିଲା । ଏବେ ଏହି ମାମଲାର ତଦନ୍ତ କରିବ କ୍ରାଇମବ୍ରାଂଚ । ଗତ ଜୁଲାଇ ୭ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ରେଳଧାରଣା କଡରୁ ଆଦିତ୍ୟଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା । ତେବେ ସେ ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଛି , ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଆଦିତ୍ୟଙ୍କ ଘର ବୌଦ୍ଧ ଜିଲ୍ଲାରେ । ସେ ଭୁବନେଶ୍ୱର ସୁନ୍ଦରପଦାରେ ବୃଦ୍ଧାଶ୍ରମ ଚଳାଉଥିଲେ । ଜଣେ ଯୁବ ସମାଜସେବୀ ଭାବରେ ସେ ପରିଚିତ ଥିଲେ । ଆଦିତ୍ୟଙ୍କ ମୃତ୍ୟୁ ମାମଲାର ୩ ସପ୍ତାହ ପରେ ବି ଆଦିତ୍ୟଙ୍କ ମୃତ୍ୟୁ ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ ।