ଓଡ଼ିଶାରେ ବଢ଼ୁଛି ସଂକ୍ରମଣ ହେଲେ ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା କମ୍ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା; ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ଉପରେ, ହସ୍ପିଟାଲରେ ଅଛନ୍ତି ୩ଶହ ରୋଗୀ

ଅଧାରୁ ଅଧିକ ଖାଲି ପଡିଛି ଆଇସିୟୃୁ ଓ ଭେଂଟିଲେଟର

98

କନକ ବ୍ୟୁରୋ : ରାଜରେ କରୋନା ସଂକ୍ରମଣ ବଢୁଛି । ହେଲେ ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା କମ । ଆଜି ରାଜ୍ୟରେ କରୋନା ସ୍ଥିତି ଉପରେ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ଓଡିଶାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୮୮୮ରହିଛି । କିନ୍ତୁ ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା କମ ଥିବାରୁ ହସ୍ପିଟାଲରେ ବହୁତ କମ ଲୋକ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି ।

ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୩ଶହ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଏହାଛଡା କୋଭିଡ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ଆଇସିୟୁ ଓ ଭେଟିଂଲେଟର ମଧ୍ୟ ଅଧାରୁ ଅଧିକ ଖାଲି ପଡିଛି । ରାଜ୍ୟରେ ୧୭୪ ଆଇସିୟୁ ଥିବା ବେଳେ ମାତ୍ର ୨୧ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି । ସେହିପରି ୫୮ ଭେଂଟିଲେଟର କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ଥିବା ବେଳେ ମାତ୍ର ୪ ଜଣ ଭେଟିଂଲେଟରରେ ଅଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିଲେ ମଧ୍ୟ ଗୁରୁତର ଲ କ୍ଷଣ ଦେଖାଯାଉନଥିବା ଆଶ୍ୱସ୍ତିକର ବିଷୟ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।