୨୪ଘଣ୍ଟାର କରୋନା ମିଟର । ଲଗାତର ଦ୍ୱିତୀୟ ଦିନ ପାଇଁ ସଂକ୍ରମଣ ୨ ହଜାର ଉପରେ । ଖୋର୍ଦ୍ଧାରେ ସଂକ୍ରମଣ ୪ଶହ ଉପରେ, କଟକରେ ୩୧୯ ।

244

କନକ ବ୍ୟୁରୋ: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୦୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪୪୬ ଜଣ ହୋଇଥିବାବେଳେ, କଟକରେ ୩୧୯, ବାଲେଶ୍ୱରରେ ୧୭୬ ଓ ଯାଜପୁରରେ ୧୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨୬ ଜିଲ୍ଲାରେ ଶହେ ତଳେ ସଂକ୍ରମଣ ରହିଛି । ସେପଟେ ୬୪ ମୃତ୍ୟୁର ହିସାବ ଦେଇଛନ୍ତି ରାଜ୍ୟ ସରକାର । ୨୪ ଘଣ୍ଟା ଭିତରେ ୭୦ ହଜାର ୨୪୦ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ରହିଛି ୨.୯୪ ପ୍ରତିଶତ । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୯ ହଜାର ୯୨୯କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୨୩ହଜାର ୨୦୯ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ସକ୍ରିୟ ସଂକ୍ରମିତ ରହିଛନ୍ତି ୨୧ ହଜାର ୭୪୨ ।