ରାଜ୍ୟରେ ଏପ୍ରିଲ ମାସରେ ଏକ ଲକ୍ଷ ଟପିଲା ନୂଆ ମାମଲା । ପ୍ରତି ମିନିଟରେ ସାଢ଼େ ୪ ଜଣରୁ ଅଧିକ ବ୍ୟକ୍ତି ହେଉଛନ୍ତି କରୋନାରେ ଆକ୍ରାନ୍ତ ।

ଗତ ୧୦ ଦିନ ଧରି ଦୈନିକ ସଂକ୍ରମଣରେ ଲାଗୁନି ବ୍ରେକ୍ 

121

କନକ ବ୍ୟୁରୋ: ରାଜ୍ୟର କରୋନା ଗ୍ରାଫ୍ ତଳକୁ ଖସିବା ନାଁ ନେଉନାହିଁ । କେବଳ ଏପ୍ରିଲ ମାସରେ ୧ ଲକ୍ଷ ୩ ହଜାର ୧୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ଗତ ୧୦ ଦିନ ହେଲା ସ୍ଥିତି ଅଧିକ ଉତ୍କଟ ହେବାରେ ଲାଗିଛି । ରାଜ୍ୟରେ ଗତ ୨୦ ତାରିଖରେ ୪ ହଜାର ୮୫୧ ଚିହ୍ନଟ ହୋଇଥିଲା । ଏହାପରେ ଆଉ କରୋନା ସଂକ୍ରମଣରେ ବ୍ରେକ୍ ଲାଗୁନାହିଁ । ୨୧ ତାରିଖରେ ୬ ହଜାର ଉପରକୁ ଉଠିଥିଲା ସଂକ୍ରମଣ । ଏପ୍ରିଲ ୨୭ ତାରିଖରେ ୮ ହଜାର ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଗତ ୨୪ ଘଂଟା ଭିତରେ ୮୬୮୧ ନୂଆ ମାମଲା ସାମନାକୁ ଆସିଛି ।

         ତାରିଖ   ଟେଷ୍ଟ       ପଜିଟିଭ୍ 

  • ଏପ୍ରିଲ ୨୦ :  ୩୮,୫୪୮  – ୪,୮୫୧
  • ଏପ୍ରିଲ ୨୧ :  ୪୨,୯୮୩  – ୬,୧୬୪
  • ଏପ୍ରିଲ ୨୨ :  ୪୩, ୫୩୮ – ୬,୨୧୫
  • ଏପ୍ରିଲ ୨୩ :  ୪୧,୦୧୭ – ୬,୬୪୭
  • ଏପ୍ରିଲ ୨୪ :  ୪୩,୭୬୫ – ୬,୧୧୬
  • ଏପ୍ରିଲ ୨୫ :  ୩୯,୬୪୨ – ୬,୫୯୯
  • ଏପ୍ରିଲ ୨୬ :  ୩୬,୮୪୫ – ୬,୦୭୩
  • ଏପ୍ରିଲ ୨୭ :  ୪୨,୪୦୧ – ୮,୩୮୬
  • ଏପ୍ରିଲ ୨୮ :  ୪୪,୦୬୪ – ୬,୯୯୮
  • ଏପ୍ରିଲ ୨୯ :  ୪୫,୪୫୨ – ୮,୬୮୧

୧୦ ଦିନ ହେଲା ରାଜ୍ୟରେ ଢେଉ ଭଳି ରହିଛି କରୋନା ଗ୍ରାଫ୍ । ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ରାଜ୍ୟର ୧୭ଟି ଜିଲ୍ଲା ରେଡ୍ ଜୋନରେ ଥିବା ବେଳେ ଖୋର୍ଦ୍ଧାରେ ସକ୍ରିୟ୍ର ସଂକ୍ରମିତ ସଂଖ୍ୟା ୧୧ ହଜାର ଉପରେ ରହିଛି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ପହଁଚି ଯାଇଛି ୬୧,୬୯୮  । ମୋଟ ମୃତ୍ୟୁ ସଂଖ୍ୟା ରହିଛି ୨,୦୪୩ ।