ନିଅଂଟିଆ ଟିକା ଭିତରେ ଟିକା ଉତ୍ସବକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ତ୍ରୀ ସୁଶାନ୍ତ ସିଂ : କହିଲେ ଟିକା ବଂଟନରେ କରାଯାଉଛି ପାତର ଅନ୍ତର

ବିଜେପି ଶାସିତ ରାଜ୍ୟକୁ ଦିଆଯାଉଛି ଅଧିକ ଟିକା ;ସେପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ ଟିକା ଅଭାବ ଯୋଗୁଁ ୯ଶହ କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ

184

କନକ ବ୍ୟୁରୋ : ସାରା ଦେଶରେ ଆଜି ଟିକା ଉତ୍ସବ ପାଳନ କରାଯାଉଥିବା ବେଳେ ଟିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ । ମନ୍ତ୍ରୀ ଅଭିଯୋଗ କରି କହିଛନ୍ତି, ବିଜେପି ଶାସିତ ରାଜ୍ୟକୁ ଅଧିକ ଟିକା ଦିଆଯାଇଛି । ପାତର ଅତର ନୀତି ଅବଲମ୍ବନ କରାଯାଉଛି । କେନ୍ଦ୍ର ସରକାର ରାଜଧର୍ମ ପାଳନ କରିବା କଥା । ସମସ୍ତଙ୍କୁ ସମାନ ଭାବେ ଦେଖିବା କଥା । ସବକା ସାଥ ସବକା ବିକାଶ କଥା କହୁଛନ୍ତି କିନ୍ତୁ କାର୍ଯ୍ୟରେ ପ୍ରତି ଫଳିତ ହେଉନି ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି ।

ସେପଟେ ଟିକାକରଣ ନେଇ ଚିନ୍ତା ଜନକ ତଥ୍ୟ ଦେଇଛନ୍ତିି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପ୍ରାଣିଗ୍ରାହୀ । ସେ କହିଛନ୍ତି ଟିକା ଅଭାବରୁ ୯ ଶହଟି କେନ୍ଦ୍ରରେ ଟିକା କରଣ ବନ୍ଦ ରହିଛି । ରାଜ୍ୟରେ ବର୍ତମାନ ୭୮୯ଟି କେନ୍ଦ୍ରରେ ଟିକାକରଣ ହେଉଛି । ସଂକ୍ରମଣ ବେଶି ଥିବା ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, ବରଗଡ଼, ନୂଆପଡ଼ା ଆଦି ଜିଲ୍ଲାକୁ ପ୍ରାଥମିକତା ଦିଆଯାଉଛି । ଗତକାଲି ମିଳିଥିବା ଅଢ଼େଇ କୋଭିସିଲ୍ଡ ଟିକାକୁ ବିଭିନ୍ନ ଜିଲ୍ଲାକୁ ପଠାଇ ଦିଆଯାଇଛି ।

ଗତକାଲି ରାଜ୍ୟରେ ୧ଲକ୍ଷ ୧୩ ହଜାର ୫୬୩ ଲୋକଙ୍କୁ ଟିକା ଦିଆଯାଇଛି । ବର୍ତମାନ ରାଜ୍ୟ ପାଖରେ ୨ଲକ୍ଷ ୩୩ ହଜାର ୬ଶହ୫୮ ଡୋଜ କୋଭିସିଲ୍ଡ ଟିକା ମହଜୁଦ ଅଛି । ସେହିପରି ୭୭ ହଜାର ୯୬୦ ଡୋଜ କୋଭାକ୍ସିନ ଟିକା ମହଜୁଦ ରହିଛି । ରାଜ୍ୟରେ ମୋଟ ୩ଲକ୍ଷ ୧୦ ହଜାର ଟିକା ରହିଛି । ଆଜି ଠାରୁ ଟିକା ଉତ୍ସବ ପାଳନ ହେଉଛି । ଏହାର ଉର୍ଦ୍ଦେଶ୍ୟ ହେଉଛି ଟିକାକରଣ ନେଇ ସଚେତନତା ସୃଷ୍ଟି କରିବା ଏବଂ ଅଧିକ ଟିକାକରଣ କରିବା ।