କାହାକୁ ଦିଆଯିବ କେଉଁ ଟିକା, ହିତାଧିକାରୀ କରିପାରିବେନି ପସନ୍ଦ : ସମୁହ ଟିକାକରଣରେ ଲାଗିବ ୨ଟି ଯାକ ଭ୍ୟାକକ୍ସିନ

87

କନକ ବ୍ୟୁରୋ : କୋଭିସିଲ୍ଡ ଓ କୋଭାକ୍ସିନ ଟିକା ପହଂଚି ଯାଇଥିବା ବେଳେ ୧୬ ତାରିଖରେ ହେବ ମେଗା ଟିକାକରଣ । ହେଲେ କେଉଁ ହିତାଧିକାରୀଙ୍କୁ କେଉଁ ଟିକା ଦିଆଯିବ ତାହା ସରକାର ସ୍ଥିର କରିବେ । ଅର୍ଥାତ ହିତାଧିକାରୀ କହିପାରିବେନି ତାଙ୍କୁ କେଉଁ ଟିକା ଦିଆଯିବ । କୋଭିସଲ୍ଡ ଓ କୋଭାକ୍ସିନ ୨ଟି ଟିକାକୁ ଅନୁମତି ଦେଇଛି ଡ଼ିଜିସିଆଇ । ତେଣୁ ସରକାର କହିଛନ୍ତି ସମୁହ ଟିକାକରଣରେ ଏହି ୨ଟି ଯାକ ଭ୍ୟାକକ୍ସିନ ଲାଗିବ ।

କୋଭାସିଲ୍ଡ ପରେ ରାଜ୍ୟରେ ପହଂଚିଲା କୋଭାକ୍ସିନ୍ ଟିକା । ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ ପହଂଚିଲା କୋଭାକ୍ସିନ ଟିକା । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଛି ଦେଶୀ ଟିକା କୋଭାକ୍ସିନ । ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନର ୨୦ହଜାର ଡୋଜ ରାଜ୍ୟରେ ପହଂଚିଛି । ଟିକାକୁ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି । ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାକୁ ପଠାଯିବ । ସେପଟେ ପୁନେରୁ ଭୁବନେଶ୍ୱର କୋଭିସଲ୍ଡ ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି ।

ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ଟିକା ଭଣ୍ଡାରରୁ କଟକ, ପୁରୀ ଓ ନୟାଗଡ ଜିଲ୍ଲାକୁ ଟିକା ଦିଆଯାଇଛି । କଟକକୁ ୧୯ ହଜାର ଶହେ ଡୋଜ, ନୟାଗଡକୁ ୪ ହଜାର ଡୋଜ ଓ ପୁରୀକୁ ଯାଇଛି ୭ ହଜାର ଡୋଜ । କଡା ସୁରକ୍ଷା ଭିତରେ ସ୍ୱତନ୍ତ୍ର ଭ୍ୟାନ ଯୋଗେ ଏହି ଟିକା ସଂପୃକ୍ତ ଜିଲ୍ଲାଗୁଡିକୁ ଯାଇଛି । ଆଜି ମଧ୍ୟ ବିଭିନ୍ନ ଜିଲ୍ଲ୍ାକୁ ଟିକା ପଠାଇବା କାମ ଚାଲିଛି । ମଙ୍ଗଳବାର ପୁଣେରୁ ରାଜ୍ୟକୁ ଆସିଛି ମୋଟ୍ କୋଭିସିଲ୍ଡିର ୪୦ ହଜାର ୮ ଶହ ଭାୟାଲ । ଏଥିରେ ୪ ଲକ୍ଷ ୮ ହଜାର ଡୋଜ କୋଭିଡ୍ ଟିକା ରହିଛି ।