ରାଜ୍ୟରେ ଆଉ ୩୪୦ ପଜିଟିଭ, ୫ମୃତ : ୧୮ ବର୍ଷରୁ କମ୍ ୫୦ ଜଣ ଆକ୍ରାନ୍ତ ଚିହ୍ନଟ

114

କନକ ବ୍ୟୁରୋ : ରାଜ୍ୟରେ ୨୪ ଘଂଟାରେ ୩୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୯୯ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୪୧ଜଣ । ୧୮ ବର୍ଷରୁ କମ୍ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୩ ଜଣ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୬ ଜଣ, ଭଦ୍ରକରୁ ୪ ଜଣ, ବଲାଙ୍ଗୀରରୁ ୧ ଜଣ, କଟକରୁ ୪୩ ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୧ ଜଣ, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୧୦ ଜଣ, ଯାଜପୁରରୁ ୯ ଜଣ, କେନ୍ଦ୍ରାପଡ଼ାରୁ ୧୫ ଜଣ, କୋରାପୁଟରୁ ୩ ଜଣ, ମୟୁରଭଞ୍ଜରୁ ୧୪ ଜଣ, ନୟାଗଡ଼ରୁ ୨ ଜଣ, ପୁରୀରୁ ୭ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ୱଲପୁରରୁ ୧୨ ଜଣ, ସୁନ୍ଦରଗଡ଼ରୁ ୨ ଜଣ ଓ ଷ୍ଟେଟ ପୁଲରୁ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୪୧୭ । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୨ ହଜାର ୨୫୦ଜଣ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪ ହଜାର ୮୨୪ । ଗୋଟିଏ ଦିନରେ କରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ।