ପ୍ରତାପଙ୍କ ବିରୋଧରେ ହତ୍ୟା ମାମଲା, ସମାଲୋଚନା କଲା ବିଜେପି : ଏହା କ’ଣ ଜନବିରୋଧୀ କାର୍ଯ୍ୟ ନୁହେଁ କି ? କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଜେଡି ?

164

କନକ ବ୍ୟୁରୋ : ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି ବିଜେପି । ନିକଟରେ ଦୁଇ ଜଣ ବିଧାୟକଙ୍କୁ ଜନ ବିରୋଧୀ କହି ଦଳରୁ ବହିଷ୍କାର କରିଥିଲା ବିଜେଡ଼ି । ଖଣ୍ଡପଡ଼ା ବିଧାୟକ ଏବଂ ରେମୁଣା ବିଧାୟକଙ୍କୁ କେବଳ ଅଭିଯୋଗ ଆଧାରରେ ଦଳରୁ ବହିଷ୍କୃତ କରାଯାଇଛି । ଯେତେବେଳେ ଜେଏମଏଫସି କୋର୍ଟ ପ୍ରତାପ ଜେନାଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ ବୋଲ ନିର୍ଦ୍ଦେଶ ଦେଇଛନ୍ତି ।

ସେତେବେଳେ ବିଜେଡ଼ି କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରଶ୍ନ କରିଛି ବିଜେପି । ଗୋପାଳପୁର ବିଧାୟକ ମଧ୍ୟ ଏହି ପ୍ରସଙ୍ଗରେ ଶାସକ ଦଳକୁ ସମାଲୋଚନା କରିଛନ୍ତି । ବିଜେଡି ବିଧାୟକ ରାଜକିଶୋର ଦାସ ଏହି ପ୍ରସଙ୍ଗରେ କିଛି ଖୋଲାଖୋଲି ନକହି ଦଳୀୟ ବିଧାୟକଙ୍କ ମତରେ ସହମତି ପ୍ରକାଶ କରିଛନ୍ତି । ଅଭିଯୋଗକାରୀ, ସାକ୍ଷୀଙ୍କ ବୟାନ ଓ ଅନ୍ୟ ରେକର୍ଡକୁ ଆଧାର କରି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ଦଫା ୩୦୨ ତଥା ହତ୍ୟା, ୧୦୨-ବି ତଥା ଅପରାଧିକ ଷଡଯନ୍ତ୍ର, ୫୦୬ ତଥା ହତ୍ୟା ଧମକ ଅଭିଯୋଗ ନେଇ ମାମଲା ରହିଛି ବୋଲି କହିଛନ୍ତି ଅଦାଲତ ।

ସେପଟେ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ପ୍ରତିକ୍ରିୟା ରଖିଥିଲେ ବିଧାୟକ ପ୍ରତାପ ଜେନା । କହିଥିଲେ ଏଭଳି ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।