କନକ ବ୍ୟୁରୋ : ସିକ୍କିମ୍ ବନ୍ୟାରେ ଫସି ରହିଛନ୍ତି ଓଡିଆ ଦମ୍ପତି । ବୁଲିବାକୁ ଯାଇ ପ୍ରାକୃତିକ ପ୍ରଳୟରେ ଫସି ଯାଇଛନ୍ତି । ଫସି ରହିଥିବା ଦମ୍ପତିଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ ।
କଟକ ଚୌଦ୍ୱାର ଅଞ୍ଚଳର ଦମ୍ପତି ଦିବାନ ସୁବୁଦ୍ଧିରାୟ ଓ ସୀମା ସୁବୁଦ୍ଧିରାୟ ସିକିମରେ ଫସି ରହିଛନ୍ତି । ସାଙ୍ଗମାନଙ୍କ ସହ ଏହି ଦମ୍ପତି ଦାର୍ଜିଲିଂକୁ ବୁଲିବାକୁ ଯାଇଥିଲେ । ହେଲେ ସେଠାରେ ପ୍ରକୃତି ରଚିଥିବା ତାଣ୍ଡବ ତାଙ୍କ ଫେରିବା ବାଟରେ କଂଟା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ବନ୍ୟାରେ ଏମାନେ ୨ ଦିନ ହେଲା ଫସି ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/14-3.jpg)