ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ମନ୍ତ୍ରୀ ପରିଷଦ ବୈଠକ : ଅପରାହ୍ନ ୫ ଟା ୩୦ରେ ବସିବ ବୈଠକ

Advertisment
କଟକ ସହର ସ୍ଵରେଜ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ । ଦୁଇ ଇଞ୍ଜିନିୟରଙ୍କ ବଦଳି, ଜୁନିଅର ଇଞ୍ଜିନିୟର ନିଲମ୍ବିତ 

କନକ ବ୍ୟୁରୋ : ରାଜ୍ୟରେ ନବୀନ ସରକାରଙ୍କ ପଂଚମ ପାଳିକୁ ପୂରିଛି ୨ ବର୍ଷ । ସେହି ଅବସରରେ ଆଜି ଅପରାହ୍ନ ସାଢେ ୫ଟାରେ ବସୁଛି ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଦୁଇବର୍ଷ ତଳେ ମେ’ ୨୯ରେ ପଂଚମଥର ପାଇଁ ରାଜ୍ୟ ଶାସନର ମଙ୍ଗ ଧରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଗାତର ପଂଚମଥର ପାଇଁ ଶାସନର ଭାର ବିଜେଡି ସରକାରଙ୍କୁ ଦେଇଥିଲେ ରାଜ୍ୟବାସୀ ।

ଏବେ ରାଜ୍ୟରେ ମହାମାରୀ କରୋନା ବିରୋଧୀ ଲଢେଇ ଜାରି ରହିଛି । ସେହିପରି ନିକଟରେ ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି ଉତର ଓଡିଶା । ତେଣୁ ବାତ୍ୟା ପରବର୍ତୀ ପୁନରୁଦ୍ଧାର ଏବଂ କରୋନା ମୁକାବିଲାକୁ କିପରି ସଫଳ କରାଯିବ, ସେନେଇ ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଆଗାମୀ ଦିନରେ ରାଜ୍ୟ ପ୍ରଶାସନର ଆଭିମୁଖ୍ୟ ସଂପର୍କରେ ମଧ୍ୟ ମନ୍ତ୍ରୀ ପରିଷଦକୁ ବାର୍ତା ଦେଇପାରିନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe