କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ । ଲଗାତାର ଭାବେ ତୃତୀୟ ଦିନରେ ରାଜ୍ୟରେ ସଂକ୍ରମଣ ୩ ହଜାର ଟପିଛି । ଗତ ୨୪ ଘଂଟାରେ ସଂକ୍ରମଣ ସଂଖ୍ୟା ରହିଛି ୩ ହଜାର ୬ଶହ ୬୪ । ସଙ୍ଗରୋଧ କେନ୍ଦ୍ରରୁ ୨ ହଜାର ୧୨୭ ଏବଂ ସ୍ଥାନୀୟ ସଂକ୍ରମଣ ୧ ହଜାର ୫୩୭ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ରେକର୍ଡ ସଂଖ୍ୟକ କରୋନା ପଜେଟିଭ୍ ଚିହ୍ନଟ ହୋଇଛି ।
୨୪ ଘଂଟାରେ କେବଳ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୭୦୪ ଆକ୍ରାନ୍ତ । ସେହିପରି ସୁନ୍ଦରଗଡ ୩୪୦, କଳାହାଣ୍ଡିରୁ ୩୨୪, ନୂଆପଡାରୁ ୨୨୧, ସମ୍ବଲପୁରରୁ ୧୯୯, କଟକରୁ ୧୯୮, ଝାରସୁଗୁଡାରୁ ୧୮୩ ପଜେଟିଭ୍ ଚିହ୍ନଟ ହୋଇଛି । ସେପଟେ ୧୦ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ରହିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୪ହଜାର ୮୨୫ରେ ପହଁଚିଛି । ସେଥିମଧ୍ୟରୁ ସକ୍ରିୟ ଅଛନ୍ତି ୨୧ ହଜାର ୪୩୬ । ସେହିପରି ୨୪ ଘଂଟାରେ କରୋନାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।