ବାହୁବଳୀ କନଷ୍ଟେବଳ : ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ମିଳିଲା ରୌପ୍ୟ

145

କନକ ବ୍ୟୁରୋ : ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବିଚିତ୍ର ନାୟକଙ୍କୁ ମିଳିଲା ରୌପ୍ୟ । ମାଳଦ୍ୱୀପଠାରେ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ କମାଲ ଦେଖାଇଲେ ବାହୁବଳୀ କନଷ୍ଟେବଳ । ଏହି ପ୍ରତିଯୋଗିତାରେ ଭାରତ ପକ୍ଷରୁ ବିଚିତ୍ର ନାୟକ ପ୍ରତିନିଧିତ୍ୱ କରିଥିଲେ । ଉନ୍ନତ ମାନର ସ୍ୱାସ୍ଥ୍ୟ ପ୍ରଦର୍ଶନ କରିବା ସହିତ ରୌପ୍ୟ ପଦକ ବିଜେତା ଭାବେ ବିଜୟୀ ହୋଇଥିଲେ ।

ଛୋଟ ବେଳୁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ମନ ବଳାଇଥିଲେ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନାମ କମାଇବାର ଲକ୍ଷ୍ୟ ରଖି ସେ ନିୟମିତ ଭାବେ ଆଖଡ଼ା ଶାଳକୁ ଯାଉଥିଲେ । ଆଖଡ଼ା ଶାଳରେ ନିୟମିତ ଘଣ୍ଟା ଘଣ୍ଟା ଧରି କଠିନ ପରିଶ୍ରମ କରିବା ସହିତ ରୁଟିନ୍ ଅନୁସାରେ ଖାଇବା ପିଇବା କରୁଥିଲେ । ଯାହା ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇବାକୁ ସାହାଯ୍ୟ କରିଛି । ସେ ଏବେ କମିଶନରେଟ ପୁଲିସ ବିଭାଗରେ କନଷ୍ଟେବଳ ଭାବେ ଦାୟିତ୍ୱ ତୁଲାଉଛନ୍ତି ।