ଦିଲ୍ଲୀରେ ବସିଲା ଓଡ଼ିଶା କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ । ଖୁବଶୀଘ୍ର ଚୂଡାନ୍ତ ହେବ ପ୍ରାର୍ଥୀ ତାଲିକା ।

ଦିଲ୍ଲୀରେ ବସିଲା ଓଡ଼ିଶା କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ । ଖୁବଶୀଘ୍ର ଚୂଡାନ୍ତ ହେବ ପ୍ରାର୍ଥୀ ତାଲିକା ।

କନକ ବ୍ୟୁରୋ : ଦିଲ୍ଲୀରେ ଚାଲିଛି ଓଡିଶା କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ । ଏଆଇସିସି ୱାର ରୁମରେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଏହି ବୈଠକରେ ଉପସ୍ଥିତ ଅଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।

ମାର୍ଚ୍ଚ ପ୍ରଥମ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସୂଚନା ରହିଛି । ପ୍ରଗମନ ଆପ ଜରିଆରେ ଉଭୟ ବିଧାନସଭା ଏବଂ ଲୋକସଭା ଆସନ ପାଇଁ ଅନେକ ଆଶାୟୀ ପ୍ରାର୍ଥୀପତ୍ର ଆବେଦନ କରିଛନ୍ତି । ତେଣୁ ଏହି ଆବେଦନପତ୍ରକୁ ଯାଞ୍ଚ କରିବା ପରେ ପ୍ରାର୍ଥୀ ଚୟନ ନେଇ ବାଟ ଫିଟିବ । ତେଣୁ ସ୍କ୍ରିନିଂ କମିଟି ବୈଠକରେ କାହା ନାଁ ସର୍ବାଗ୍ରେ ରହିବ ତାହାକୁ ନେଇ କଂଗ୍ରେସ ମହଲରେ ଚର୍ଚ୍ଚା ବଢିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe