୨ ଦଫା ଦାବିରେ ରାଜ୍ୟ କଂଗ୍ରେସର ରାଜଭବନ ଘେରାଉ: ୩ କୃଷି ଆଇନ ପ୍ରତ୍ୟାହାର ଓ ତୈଳ ଦର ବୃଦ୍ଧିକୁ ନେଇ ଦଳର ବିରୋଧ; ରାଜ୍ୟପାଳଙ୍କୁ ଦେଲେ ସ୍ମାରକପତ୍ର

ପିସିସି ସଭାପତିଙ୍କ ଚେତାବନୀ, ଆଇନ ପ୍ରତ୍ୟାହାର ନହେବା ଯାଏଁ ଜାରି ରହିବ ଆନ୍ଦୋଳନ

65

କନକ ବ୍ୟୁରୋ: ଦୁଇ ଦଫା ଦାବି ନେଇ ରାଜଭବନ ଘେରାଉ କରିଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି । ୩ଟି କୃଷି ଆଇନକୁ କଳା ଆଇନ କହିବା ସହ ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ । ଏହା ବାଦ୍ ପେଟ୍ରୋଲ ଡିଜେଲ ଦରବୃଦ୍ଧିକୁ ନେଇ ମଧ୍ୟ ଦଳ ପ୍ରତିବାଦ କରିଛି ।

ଦୁଇ ଦଫା ଦାବି ନେଇ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି । ରାଜଭବନ ଆଗରେ ଧାରଣା ସମୟରେ ପୋଲିସ ସହିତ କଂଗ୍ରେସ କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲ।। କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ଓଡିଶା ପିସିସି ।