କନକ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ଉଠିଛି ବେଦାନ୍ତ ପ୍ରସଙ୍ଗ । ଶୂନ୍ୟକାଳରେ ବେଦାନ୍ତକୁ ରାଜ୍ୟ ସରକାର ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ଆଣିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଭିଜିଲାନ୍ସ ତଦନ୍ତ ପାଇଁ ବାଚସ୍ପତି ରୁଲିଂ ଦେବାକୁ ଦାବି କରିଥିଲେ ନରସିଂହ । କିନ୍ତୁ ବାଚସ୍ପତି ରୁଲିଂ ନ ଅନୁଧ୍ୟାନ କଥା କହିବାରୁ ସେ ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ । ସେହିଭଳି ପିଇବା ପାଣିକୁ ନେଇ ମଧ୍ୟ ବିଧାନସଭା ସରଗରମ ହୋଇଛି ।

Advertisment
  • ବିଧାନସଭାରେ ବେଦାନ୍ତ ତାତି
  • ଗୃହ ମଧ୍ୟଭାଗରେ ନରସିଂହଙ୍କ ଧାରଣା

ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ ଶୂନ୍ୟକାଳରେ ବେଦାନ୍ତ ପ୍ରସଙ୍ଗକୁ ନେଇ ସରଗରମ ହୋଇଛି ଗୃହ । ଏପରିକି ଗୃହ ମଧ୍ୟଭାଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଧାରଣା ଦେବା ଯାଏଁ କଥା ଯାଇଛି । ନରସିଂହ ଅଭିଯୋଗ କରିଛନ୍ତି ଏହି ନିର୍ଦ୍ଦିଷ୍ଟ କମ୍ପାନୀ ଉପରେ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ରାଜ୍ୟ ସରକାର ।

ନରସିଂହଙ୍କ ଅଭିଯୋଗ ହେଲା...

  • ଲୋକପାଳ, ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ସରକାର ଘୋର ନିଦ୍ରାରେ ଶୋଇଛନ୍ତି
  • ବେଦାନ୍ତକୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ରାଜ୍ୟ ସରକାର
  • ବେଦାନ୍ତ ଏ ଯାଏଁ ଚାଷୀଙ୍କୁ ଜମି ଫେରାଇନାହିଁ
  • ବେଦାନ୍ତକୁ ୩ ହଜାର ଏକର ଜମି ଦରକାର ଥିଲେ ବି ରାଜ୍ୟ ସରକାର ୧୫ ହଜାର ଏକର ଜମି ଦେଇଛନ୍ତି
  • ଚାଷୀଙ୍କ ଜମି ଫେରାଇ ଆଣିବାକୁ ଦାବି

ଏହାର ଭିଜିଲାନ୍ସ ତଦନ୍ତ ପାଇଁ ବାଚସ୍ପତି ରୁଲିଂ ଦେବାକୁ ନରସିଂହ ମିଶ୍ର ଦାବି କରିଥିଲେ । ବାଚସ୍ପତି ରୁଲିଂ ନ ଦେବାରୁ ଗୃହର ମଧ୍ୟଭାଗରେ ଚେୟାର ପକାଇ ଧାରଣା ଦେଇଥିଲେ ନରସିଂହ । ଫଳରେ ଗୃହକୁ ୪ଟାଯାଏଁ ମୁଲତବୀ ରଖାଯାଇଥିଲା ।

  • ବିଧାନସଭାରେ ଉଠିଲା ପିଇବା ପାଣି ସମସ୍ୟା
  • ‘୨୦୨୪ ଶେଷ ସୁଦ୍ଧା ସବୁ ଗାଁକୁ ପିଇବା ପାଣି’

ଖରାଦିନ ଆସିଲାଣି । ଆଉ ଗ୍ରୀଷ୍ମପ୍ରବାହ ପୂର୍ବରୁ ପିଇବା ପାଣି ସମସ୍ୟାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ନରସିଂହ ମିଶ୍ର । କେବେ ସୁଦ୍ଧା ସାରା ରାଜ୍ୟରେ ପିଇବା ପାଣି ମିଳିବ? ବୋଲି ସେ ପ୍ରଶ୍ନ କରିଥିଲେ । ଜବାବରେ ପଞ୍ଚାୟତିରାଜ ମନ୍ତ୍ରୀ କହିଥିଲେ, ୨୦୨୪ ଶେଷ ସୁଦ୍ଧା ସବୁ ଗାଁକୁ ପିଇବା ପାଣି ଯୋଗାଇ ଦିଆଯିବ । ଏ ନେଇ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି । ପିଇବା ପାଣି ନେଇ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ । ସେ କହିଥିଲେ, ମନ୍ତ୍ରୀଙ୍କ ଅଞ୍ଚଳରେ ଲୋକେ ପାଣି ପାଉନାହାନ୍ତି । ମନ୍ତ୍ରୀ କେମିତି କହୁଛନ୍ତି ବର୍ଷକ ଭିତରେ ଶେଷ କରିବେ ।

ଅନ୍ୟପଟେ ବିଧାନସଭାରେ ବିଜେପି ଆନ୍ଦୋଳନରତ ଗାଁ ସାଥୀଙ୍କ ଦାବି ଉଠାଇ ସରକାରଙ୍କୁ ଘେରିଛି । ସରକାର ସେମାନଙ୍କ ଦାବି ପୂରଣ କରନ୍ତୁ ବୋଲି ବିଜେପି ଦାବି କରିଥିଲା, ଯାହାକୁ ସମର୍ଥନ କରିଥିଲେ କଂଗ୍ରେସ ନେତା