ଓଡିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର କରୋନା ପଜିଟିଭ୍ ଚିହ୍ନଟ : ନମୁନା ପରୀକ୍ଷାରୁ କରୋନା ପଜିଟିଭ ଚିହ୍ନଟ; ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରାଇ ନେବାକୁ ପରାମର୍ଶ

168

କନକ ବ୍ୟୁରୋ : ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ଏ. ଚେଲ୍ଲା କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନମୁନା ପରୀକ୍ଷା ପରେ ସେ ପଜିଟିଭ୍ ଥିବା ଜଣାପଡିଛି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ନମୁନା ଟେଷ୍ଟ କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ସେ ନିଜେ ହୋମ୍ ଆଇସୋଲେସନରେ ରହିଛନ୍ତି । ଗତକାଲି ତାଙ୍କୁ ଓଡିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା ।