ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ ପରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ବାତ୍ୟା ବିପନ୍ନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରନ୍ତୁ ସରକାର

162

କନକ ବ୍ୟୁରୋ : ବାତ୍ୟା ପ୍ରଭାବିତ ଅଂଚଳ ବୁଲିବା ପରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ବାତ୍ୟା ବିପନ୍ନ ଚାଷୀଙ୍କ ପାଇଁ ସରକାର ତୁରନ୍ତ ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ । ବାତ୍ୟା ମୁକାବିଲା ନେଇ ଟୁଇଟରରେ ରାଜ୍ୟ ସରକାରଙ୍କୁ ଜାତିସଂଘର ପ୍ରଶଂସା ଠାରୁ ପ୍ରଭାବିତ ଜିଲ୍ଲାର ଭୟାବହ ବାସ୍ତବିକ ସ୍ଥିତି ସମ୍ପୂର୍ଣ୍ଣ ଅଲଗା ବୋଲି କହିଛି କଂଗ୍ରେସ ।

ଅନ୍ୟ ନେତା ମାନେ ହେଲିକ୍ୟାପ୍ଟରରେ ବୁଲି ସ୍ଥିତି ଅନୁଧ୍ୟନ କରୁଥିବା ବେଳେ କଂଗ୍ରେସ ପ୍ରଭାବିତ ଜାଗାକୁ ଯାଇ ଡ଼ଙ୍ଗାରେ ବୁଲି ସ୍ଥିତି ପରଖିଛି । ଲୋକଙ୍କ ସ୍ଥିତି ଶୋଚନୀୟ ଅଛି । ହଜାର ହଜାର ଜମିରେ ଲୁଣୂ ପାଣି ମାଡ଼ି ଯାଇଛି । ବାତ୍ୟା ପରେ ନିଜର ଛବି ବଂଚାଇବା ପାଇଁ ଅଧିକ ଚେଷ୍ଟା କରିଛନ୍ତି ବୋଲି କହିଛି କଂଗ୍ରେସ । ଜଳ ବନ୍ଦୀ ଘେରରେ ଥିବା ଲୋକଙ୍କୁ ରିଲିଫ ଦେବାକୁ ସରକାରଙ୍କ ପାଖରେ ନାହିଁ ବୋଲି କହିଛି କଂଗ୍ରେସ ।